୨୦୨୭ ମାର୍ଚ୍ଚ ୧ ରୁ ଦେଶରେ ଜନଗଣନା ଆରମ୍ଭ

ନୂଆଦିଲ୍ଲୀ, ୧୬/୦୬ : ଆସନ୍ତା ୨୦୨୭ ଜନଗଣନା ପାଇଁ ବିଜ୍ଞପ୍ତି ଜାରି । ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ, ଭାରତର ଜନଗଣନା ୨୦୨୭ ମସିହାରେ କରାଯିବ । ୨୦୨୭ ମାର୍ଚ୍ଚ ପହିଲାରୁ ଦେଶରେ ଜନଗଣନା ହେବ । ଏ ନେଇ ଅଧିସୂଚନା ଜାରି ହୋଇଛି । ଦେଶରେ ୨ଟି ପର୍ଯ୍ୟାୟରେ ୨୦୨୭ ମାର୍ଚ୍ଚ ୧ରୁ ଜନଗଣନା ହେବ । ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁସାରେ, ୨୦୨୬ ଅକ୍ଟୋବର ୧ରେ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ । ୨୦୨୭ ମାର୍ଚ୍ଚ ୧ରେ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା କରାଯିବ । ଜନଗଣନା ସହ ଜାତି ଜନଗଣନା ମଧ୍ୟ କରାଯିବ। ଦେଶରେ ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଅଭିଯାନ ବା ହାଉସ୍ ଲିଷ୍ଟିଂ ଅପରେସନ (ଏଚ୍ଏଲ୍ଓ) କରାଯିବ । ଯେଉଁଥିରେ ପ୍ରତିଟି ପରିବାରର ଘରର ସ୍ଥିତି, ସମ୍ପତ୍ତି ଓ ଅନ୍ୟାନ୍ୟ ସୁଖ ସୁବିଧାର ଯାଞ୍ଚ ହେବ । ଏହି ସମୟରେ ଜାତିଗତ ଜନଗଣନା ମଧ୍ୟ ପ୍ରସ୍ତୁତ କରାଯିବ । ଏହି ଜନଗଣନା ସମ୍ପୂର୍ଣ୍ଣ ରୂପେ ଡିଜିଟାଲ ମାଧ୍ୟମରେ କରାଯିବ। ମୋବାଇଲ୍ ଆପ୍ ମାଧ୍ୟମରେ ଜନଗଣନା କରାଯିବ । ଜଣେ ବ୍ୟକ୍ତି ନିଜେ ଚାହିଁଲେ ନିଜର ସମସ୍ତ ତଥ୍ୟ ପ୍ରଦାନ କରିପାରିବେ । ଆଗାମୀ ଜନଗଣନା ନିମନ୍ତେ ସରକାର ୩୪ ଲକ୍ଷ ଜନ ଗଣନାକାରୀ ଓ ୧.୩ ଲକ୍ଷ ସୁପର ଭାଇଜର ନିଯୁକ୍ତି ଦେବେ ।

SBI AD