ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

0

ବର୍ତମାନ ମୁଖ୍ୟ ପ୍ରଶାସକ ଊାବେ ପ୍ରଦୀପ ଜେନାଙ୍କ ଜାଗା ନେଇଛନ୍ତି ପ୍ରଦୀପ୍ତ ମହାପାତ୍ର ।ରତ୍ନଭଣ୍ଡାର ଚାବି ହଜିବା ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ରହିବା ସହ  ସେବାୟତଙ୍କ ବିରୋଧ ଦେଖିବାକୁ ମିଳିଥିବା ବେଳେ ଆସିଛି ଆଉ ଏକ ବଡ ଖବର । ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ପ୍ରଦୀପ୍ତ ମହାପାତ୍ରଙ୍କୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ପ୍ରଦୀପ୍ତ ମହାପାତ୍ର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ଚାବି ହଜିବା ପ୍ରସଙ୍ଗରେ ଚାରିଆଡୁ ସମାଲୋଚନାର ଶରବ୍ୟ ପାଲଟିଥିବା ରାଜ୍ୟ ସରକାର ଏହି ଭଳି ଘଡିସନ୍ଧି ମୁହୁର୍ତରେ ନୂତନ ପ୍ରଶାସକଙ୍କୁ ନିଯୁକ୍ତ କରିବା ଧର୍ମକୁ ଆଖିଠାର ବୋଲି ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ବାକିରହିଲା ଆଗାମୀ ଦିନରେ ଏହା ଉପରେ କଣ ନୂଆ କାହାଣୀ ପଦାକୁ ଆସୁଛି  ।

SBI AD
Leave A Reply

Your email address will not be published.