ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

0

ଏକ ସ୍ୱେଚ୍ଛାସେବୀ ସଂଗଠନରେ କାମ କରୁଥିବା ରୋହି ଦାସ ନାମକ ଜଣେ ଯୁବକ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବିବାହର ପ୍ରତିଶ୍ରୁତି ଦେଇ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ବିଜେପୁର ଅଞ୍ଚଳରୁ। ନାବାଳିକା ଜଣକ ବର୍ତ୍ତମାନ ଅନ୍ତସତ୍ତ୍ୱା ଥିବା କହିଛନ୍ତି ପରିବାର ଲୋକେ। ଏନେଇ ସଂପୃକ୍ତ ପୀଡ଼ିତା ଏବଂ ପରିବାର ଲୋକେ ବିଜେପୁର ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଦାବି କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଏନେଇ ଅଭିଯୁକ୍ତଙ୍କ ପ୍ରତିକ୍ରିୟା ମିଳିପାରିନି। ଦିନକୁ ଦିନ ସାମାଜିକ ବ୍ୟାଧି ଭଳି ବଢ଼ିବାରେ ଲାଗିଛି ଦୁଷ୍କର୍ମ ରୂପକ ବ୍ୟାଧି, ଏବେ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

Leave A Reply

Your email address will not be published.