ବଡ଼ଦାଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରୀଜିଉ ଦର୍ଶନ

ଭୁବନେଶ୍ୱର, ୨୯/୦୬ : ପୁରୀ ବଡ଼ଦାଣ୍ଡରେ ଆଜି ଭକ୍ତିର ଅପୂର୍ବ ସମୁଦ୍ର ଦେଖିବାକୁ ମିଳିଛି । ଜଗତର ନାଥ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି । “ଜୟ ଜଗନ୍ନାଥ” ଧ୍ୱନିରେ ପୁରୀ ଆକାଶ-ପୃଥିବୀ କମ୍ପିତ ହେଉଛି । ଭକ୍ତମାନେ ଚାତକ ପରି ଅପେକ୍ଷା କରିଛନ୍ତି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ, ଆଖିରେ ଆଖି ମିଶାଇ ନିଜକୁ ଧନ୍ୟ ମନେ କରିବାକୁ । ଏହି ଅପୂର୍ବ ଦିବ୍ୟ ମୁହୂର୍ତ୍ତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ଦାଣ୍ଡରେ ପହଁଚି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ।