ତାମିଲନାଡୁରେ ଟିଭିକେକୁ ସମର୍ଥନ କରିବ କଂଗ୍ରେସ

ନୂଆଦିଲ୍ଲୀ, ୦୬/୦୫ : ତାମିଲନାଡୁରେ ଟିଭିକେକୁ ସମର୍ଥନ କରିବ କଂଗ୍ରେସ। ଏନେଇ ସ୍ପଷ୍ଟ କରିଛନ୍ତି ଏଆଇସିସି ସାଧାରଣ ସଂପାଦକ କେସି ବେଣୁଗୋପାଳ। ତାମିଲନାଡୁରେ ସରକାର ଗଠନ କରିବା ପାଇଁ TVK ସଭାପତି ବିଜୟ କଂଗ୍ରେସର ସହଯୋଗ ମାଗିଛନ୍ତି । ତାମିଲନାଡୁର ଜନସାଧାରଣ ଏକ ଧର୍ମନିରପେକ୍ଷ ସରକାର ଚାହୁଁଛନ୍ତି, ଯିଏ ସମ୍ବିଧାନର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିବ ବୋଲି କଂଗ୍ରେସ ଅବଗତ ରହିଛି। କଂଗ୍ରେସ କୌଣସି ପରିସ୍ଥିତିରେ ବି ଚାହେଁନାହିଁ ଯେ ବିଜେପି କିମ୍ବା ଏହାର କୌଣସି ସହଯୋଗୀ ଦଳ ତାମିଲନାଡୁ ଶାସନରେ ହସ୍ତକ୍ଷେପ କରନ୍ତୁ। ତେଣୁ ତାମିଲନାଡୁର ଜନତାଙ୍କ ମତାମତ ଏବଂ ନିର୍ବାଚନର ଫଳାଫଳକୁ ଦୃଷ୍ଟିରେ ରଖି ବିଜୟଙ୍କ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କଂଗ୍ରେସ ନେତୃତ୍ୱ ତାମିଲନାଡୁ ପ୍ରଦେଶ କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କେସି ବେଣୁଗୋପାଳ।