୮ ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ

ଭୁବନେଶ୍ୱର, ୦୬/୦୫ : ଆସନ୍ତା ୮ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଆରମ୍ଭ ହେବ । ୧୮ ତାରିଖ ମଧ୍ୟ ରାତ୍ର ସୁଦ୍ଧା ଚାଲିବ ଫର୍ମ ପୂରଣ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପାଇଁ ଅନଲାଇନରେ ହେବ ଫର୍ମ ପୂରଣ । ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.in ରେ ଫର୍ମ ପୂରଣ ଲିଙ୍କ ଉପଲବ୍ଧ ରହିଛି । ଫର୍ମ ପୂରଣ ସହିତ ଫିସ ଦାଖଲ ଅନଲାଇନରେ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ମିଳିବ ଉତ୍ତର ଖାତା । ଏଥିପାଇଁ ବୋର୍ଡକୁ କରିବାକୁ ହେବ ଆବେଦନ । ଉଭୟ ସବଜେକ୍ଟିଭ ଓ ଅଵଜେକ୍ଟିଭ ଚେକିଂ ଅଫ ଆଡ଼ିସନ ପାଇଁ କରିହେବ ଆବେଦନ । ଆସନ୍ତା ୧୧ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ହେବ ଆବେଦନ । ବୋର୍ଡର ୱେବସାଇଟ www.bseodisha.ac.in ରେ କରି ପାରିବେ ଆବେଦନ । ମଧ୍ୟମା ସଂସ୍କୃତ ପରୀକ୍ଷା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଚେକିଂ ପାଇଁ ଅଫ ଲାଇନରେ ହେବ ଆବେଦନ । ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ ଓ ଶାଖା କାର୍ଯ୍ୟାଳୟରେ କରିହେବ ଆବେଦନ ବୋଲି ସୂଚନା ମିଳିଛି ।