ବାତ୍ୟା ‘ମୁରାସୁ’ର ଲ୍ୟାଣ୍ଡଫଲ୍, ଆନ୍ଧ୍ର ଉପକୂଳରେ ରଚିଲା ତାଣ୍ଡବ

ଭୁବନେଶ୍ବର, ୦୩/୧୧ : ସରିଲା ଭୀଷଣ ବାତ୍ୟା ‘ମୁରାସୁ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଅତିକ୍ରମ କରିଛି ବାତ୍ୟା । ଭୋର ସାଢ଼େ ୩ଟାରୁ ସକାଳ ସାଢ଼େ ୫ଟା ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ‘ମୁରାସୁ’ । ୨ ଘଣ୍ଟା ଧରି ଚାଲିଥିଲା ପ୍ରକ୍ରିୟା। ଲ୍ୟାଣ୍ଡଫଲ୍ ବେଳେ ବା ତ୍ୟାର କେନ୍ଦ୍ର ପ୍ରାୟ ୧୫ ଦଶମିକ ୫୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୦ ଦଶମିକ ୨୨ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ଥିଲା । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ବାତ୍ୟା ସ୍ଥଳଭାଗକୁ ପ୍ରବେଶ କରିଥିଲା। ଭୋର ୩ଟା ୩୦ରୁ ୫ଟା ୩୦ ମିନିଟ ଦୀର୍ଘ ୨ ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିଲା ।ପ୍ରଭାବରେ ଓଙ୍ଗୋଲ ନିକଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବୋହିଥିଲା । ଝଟକା ପବନର ବେଗ ୧୨୦ କିମି ଛୁଉଁଥିଲା । ତେବେ ଲ୍ୟାଣ୍ଡଫଲ୍ ଶେଷ ହେବା ପରେ ବି ଆନ୍ଧ୍ରରେ ବର୍ଷା ଓ ପବନର ବିପଦ ସମ୍ପୂର୍ଣ୍ଣ ଟଳିଯାଇଛି ନୁହେଁ । ସ୍ଥଳଭାଗ ଅତିକ୍ରମ ପରେ ବାତ୍ୟା ଧୀରେଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଓଡ଼ିଶାରେ ମଧ୍ୟ ବର୍ଷାର ପ୍ରଭାବ ଆଶଙ୍କା ରହିଛି । IMD ପକ୍ଷରୁ ରାଜ୍ୟର ସମସ୍ତ ବନ୍ଦରରେ ଦୂରବର୍ତ୍ତୀ ବିପଦ ସଙ୍କେତ ନମ୍ବର ୨ ଜାରି ହୋଇଛି ।