ଭୁବନେଶ୍ୱର, ୦୪/୧୧ : ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଚାଞ୍ଚଲ୍ୟ । ଜଣ୍ଡିସ ଆତଙ୍କ ଭିତରେ ଖାଦ୍ୟରୁ ବାହାରିଲା ମଲା ବେଙ୍ଗ । ଜଣ୍ଡିସ ପରେ ଏବେ ଖାଦ୍ୟ ସୁରକ୍ଷାକୁ ନେଇ ଉଠିଲା ବଡ଼ ପ୍ରଶ୍ନ । ୭ ନମ୍ବର ଲେଡିଜ୍ ହଷ୍ଟେଲରେ ଚାଞ୍ଚଲ୍ୟ । ଡିନରରେ ଦିଆଯାଇଥିବା ଚିଲି ସୋୟାବିନରେ ବାହାରିଲା ମଲା ବେଙ୍ଗ। ଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ବଢୁଛି ଚିନ୍ତା । କ୍ୟାମ୍ପସରେ ଜଣ୍ଡିସ ଡର, ହଷ୍ଟେଲ ଥାଳିରେ ମଲା ବେଙ୍ଗ । ମଲା ବେଙ୍ଗକୁ ନେଇ ତେଜିଲା ଅସନ୍ତୋଷ । ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ବଢ଼ୁଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା। ଏପଟେ ଡିନରରୁ ବାହାରିଲା ମଲା ବେଙ୍ଗ। ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ମଲା ବେଙ୍ଗ ।
ଗୋଟେପଟେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ, ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଇବା ରେ ବେଙ୍ଗ ବାହାରିବା ପୁଣି ଚର୍ଚ୍ଚା ଧରିଛି। ୭ ନମ୍ବର ଲେଡିଜ୍ ହଷ୍ଟେଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତକାଲି ରାତି ଖାଇବାରେ ହୋଇଥିବା ଚିଲି ସୋୟାବିନରେ ମଲା ବେଙ୍ଗ ପଡ଼ିଥିବା ଦେଖିବାକୁ ମିଳିଛି । ସମାନ ହଷ୍ଟେଲର ଦୁଇ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ରିପୋର୍ଟରେ ଜଣ୍ଡିସ ହୋଇଥିବା ନେଇ ସ୍ପଷ୍ଟ ହୋଇଥିବା ବେଳେ ୧୦ରୁ ଅଧିକ ସନ୍ଦିଗ୍ଧ ଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଛି । ହଷ୍ଟେଲଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବା ସହ ବିଭିନ୍ନ ସ୍ଥାନରେ ଗରମ ପାଣି ବଏଲର ସ୍ଥାପନ କରାଯାଇଛି । ସାବଧାନତା ପଦକ୍ଷେପ ସ୍ୱରୂପ କ୍ୟାମ୍ପସ ପରିସରରେ ଚାଲୁଥିବା ସମସ୍ତ ଖାଦ୍ୟ ଦୋକାନଗୁଡ଼ିକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି । ଏହାସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।