ରାଜ୍ୟ ସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର,୧୧/୦୬ : ରାଜ୍ୟ ସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ । ରାଜ୍ୟ ସଭା ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଆଜି ଶେଷ ତାରିଖ ରହିଥିଲା । ରାଜ୍ୟ ସଭା ଉପନିର୍ବାଚନରେ ତାଙ୍କ ବିପକ୍ଷରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । ଗତ କିଛି ଦିନ ତଳେ ବିଜେଡି ଛାଡି ଭାଜପାରେ ଯୋଗଦେଇଥିଲେ ଦେବାଶିଷ । ଏହାପରେ ଦଳ ତାଙ୍କୁ ଭାଜପା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲା । ଦେବାଶିଷ ସାମାନ୍ତରାୟ ରାଜ୍ୟ ସଭାକୁ ଯିବା ପରେ ଓଡ଼ିଶା ରାଜନୀତିରେ ସମୀକରଣ ବଦଳିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।