ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା

ନୂଆଦିଲ୍ଲୀ, ୧୧/୦୬ : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ, ବାହାରିନ, କୁଏତ ଏବଂ ଜୋର୍ଡାନ ଉପରେ କରାଯାଇଥିବା ଇରାନୀ ଆକ୍ରମଣର କଡ଼ା ଜବାବ ମିଳିବ। ଟ୍ରମ୍ପଙ୍କ ମନ୍ତବ୍ୟ ପରେ ଗୁରୁବାର ସକାଳେ ଇରାନ ଉପରେ ଆମେରିକା ଦ୍ୱିତୀୟ ପର୍ଯାୟ ବିମାନ ଆକ୍ରମଣ ଆରମ୍ଭ କରିଛି। ଇରାନର ବିଭିନ୍ନ ସହରରେ ଆମେରିକା ବିମାନ ବୋମା ବର୍ଷା କରିଛି। ଆମେରିକା ଲଗାତାର ଦ୍ୱିତୀୟ ଦିନ ପାଇଁ ଇରାନ ଉପରେ ଆକ୍ରମଣ ଆରମ୍ଭ କରିବା ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପୁଣି ବୃଦ୍ଧି ପାଇଛି।