ଶନିବାର ଲଗାନ୍ତୁ ଏହି ତେଲର ଦୀପ, ବାଧାବିଘ୍ନ ଦୂର ସହ ହେବ ଆର୍ଥିକ ଉନ୍ନତି

ଜାଣନ୍ତୁ ଦିନ ଅନୁଯାୟୀ ତେଲର ଦୀପ ଲଗାଇବା ଦ୍ୱାରା ଜୀବନରେ କି ପ୍ରଭାବ ପଡ଼ିଥାଏ ….

ଜୀବନରେ ଥିବା ବାଧାବିଘ୍ନ ଦୂର କରିବା ପାଇଁ ଓ ବିପଦରୁ ମୁକ୍ତି ପାଇବା ପାଇଁ ଦୀପରେ ସୋରିଷ ତେଲ ଓ ଲବଙ୍ଗ ପକାଇ ପ୍ରଭୁ ହନୁମାନଙ୍କ ନିକଟରେ ଆଳତୀ କରନ୍ତୁ। ଏପରି କରିବା ଦ୍ୱାରା ବାଧାବିଘ୍ନ ଦୂର ହେବା ସହ ଆର୍ଥିକ ଉନ୍ନତି ହୋଇଥାଏ।

ଶନିବାର ଦିନ ସୋରିଷ ତେଲରେ ନିଜ ମୁହଁ ଦେଖି ଶନିଙ୍କ ମନ୍ଦିରରେ ରଖନ୍ତୁ। ଏହା ଛଡ଼ା ଶନିବାର ଦିନ ଶନିଦେବଙ୍କୁ ମଧ୍ୟ ତେଲ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଶନିଦେବଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ।

ଯଦି ଆପଣ ସର୍ବଦା ରୋଗଗ୍ରସ୍ତ ରହୁଥାଆନ୍ତି ତେବେ ରାଶି ତେଲରେ ଦୀପ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ତଳେ ଲଗାନ୍ତୁ। ଏପରି କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ।

ଏକ ଲୁହାର ଦୀପରେ ରାଶି ତେଲରେ କିଛି ସୋରିଷ ତେଲ ମିଶାଇ ଶମି ବୃକ୍ଷ ସମ୍ମୁଖରେ ଲଗାନ୍ତୁ। ଏହାପରେ ଏହାକୁ ପାଣିରେ ଭସାଇ ଦିଅନ୍ତୁ। ଏପରି ଲଗାତାର ଆଠଟି ଶନିବାର କରନ୍ତୁ। ଏପରି କରିବା ଦ୍ୱାରାଯଦି ଆପଣ ନିଜର ଘର କରିବା ପାଇଁ ଇଚ୍ଛା କରୁଥିବେ ତେବେ ଏଥିରେ ଥିବା ବାଧା ଦୂର ହୋଇଥାଏ।