୧୦୦ମିଟର ଦୌଡ଼ରେ ଦୂତୀ ଚାନ୍ଦଙ୍କ ନୂଆ ଜାତୀୟ ରେକର୍ଡ

ଭୁବନେଶ୍ବର,୨୧ /୬ : ପଟିଆଲାରେ ଇଣ୍ଡିଆନ ଗ୍ରାଁ ପିରେ ୧୦୦ ମିଟର ଦୌଡ଼ରେ ଜାତୀୟ ରେକର୍ଡ କରିଛନ୍ତି ଦୂତୀ ଚାନ୍ଦ । ନିଜ ରେକର୍ଡକୁ ନିଜେ ଭାଙ୍ଗି ୧୦୦ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ରେକର୍ଡ କରିଛନ୍ତି। ପୂର୍ବରୁ ଦୂତୀ ଚାନ୍ଦଙ୍କ ନାମରେ ୧୧.୨୨ ସେକେଣ୍ଡର ରେକର୍ଡ ରହିଥିଲା। କିନ୍ତୁ ୦.୦୨ ସେକେଣ୍ଡ ପାଇଁ ସେ ଟୋକିଓ ଅଲିମ୍ପିକ୍ସରୁ ଯୋଗ୍ୟତା ପର୍ଯ୍ୟାୟରେ ଖେଳିବାରୁ ବାଦ୍ ପଡିଛନ୍ତି।

ଆଜି ଭାରତୀୟ ଧାବିକା ମାନଙ୍କର ଦୌଡ଼ରେ ଦୂତୀ ଚାନ୍ଦ ସବୁଠୁ ଆଗରେ ରହିଥିଲେ। ସେ ୧୦୦ ମିଟର ରେସକୁ ମାତ୍ର ୧୧.୧୭ ସେକେଣ୍ଡରେ ଅତିକ୍ରମ କରିଥିଲେ। ତାଙ୍କ ପଛକୁ କର୍ଣ୍ଣାଟକର ଧନେଶ୍ୱରୀ ୧୧.୪୮ ସେକେଣ୍ଡରେ ଏବଂ ପଶ୍ଚିମବଙ୍ଗର ହିମାଶ୍ରୀ ରାୟ ୧୧.୭୧ ସେକେଣ୍ଡରେ ୧୦୦ ମିଟର ଦୌଡ଼ ଅତିକ୍ରମ କରିଥିଲେ।