ସାଉଥମ୍ପଟନ,୨୧ /୬ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ବର୍ଷା ସାଜିଛି ବାଧକ । ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯାଉଥିବା ଏହି ବଡ ମୁକାବିଲାର ଆଜି ଚତୁର୍ଥ ଦିନ ଥିବାବେଳେ ଆଜି ମଧ୍ୟ ବର୍ଷା କାରଣରୁ ମ୍ୟାଚ୍ ଖେଳାଯାଇପାରିନାହିଁ । ୪ଦିନ ମଧ୍ୟରୁ ମାତ୍ର ଦେଢ ଦିନ ଖେଳ ସମ୍ଭବ ହୋଇପାରିଛି । ବର୍ଷା ପାଗକୁ ନଜରରେ ରଖି ଜୁନ୍ ୨୩ ତାରିଖକୁ ରିଜର୍ଭ ଡେ ରଖିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ କାଉନସିଲ୍ । କିନ୍ତୁ ଏପର୍ଯ୍ୟନ୍ତ ମ୍ୟାଚକୁ ଦେଖିଲେ ରିଜର୍ଭ ଡେର ବ୍ୟବହାର ସମ୍ଭାବନା କମ ଥିବା ପରିଲକ୍ଷିତ ହେଉଛି ।