ପୁଅର ଷଣ୍ଡୁଆସି ମାଡ଼ରେ ବାପା ଗୁରୁତର

0

ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖାଳପାଖ ଗ୍ରାମର ହେମନ୍ତ ବାରିକ ତାଙ୍କ ବାପା ଶମ୍ଭୁନାଥଙ୍କୁ ମାଡ ମାରି ଆହତ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ.୧୬୦/୧୮) ରୁଜୁ କରି ତଦନ୍ତ କରୁଛି। ଶମ୍ଭୁନାଥଙ୍କର ବଡ ପୁଅ ହେମନ୍ତ ଦୀର୍ଘ ଦିନ ଧରି ଘରେ ବିଶୃଙ୍ଖଳା କରି ଆସୁଥିଲେ ।ଏନେଇ ବାରମ୍ବାର ଗ୍ରାମରେ ବିଚାର କରାଯାଇ ହେମନ୍ତଙ୍କୁ ପୃଥକ ଭାବେ ରହିବାକୁ ଗ୍ରାମବାସୀ ପରାମର୍ଶ ଦେଇଥିଲେ ।

ହେମନ୍ତ ପୃଥକ ଭାବେ ରହିଥିଲେ ମଧ୍ୟ ବିଭିନ୍ନ ସମୟରେ ବାପାଙ୍କ ସହିତ ଆସି କଳି ଝଗଡା କରୁଥିଲେ। ସୋମବାର ସକାଳେ ହେମନ୍ତ ଭୋଳାନାଥ ରହୁଥିବା ଘରର ଆଜବେଷ୍ଟସକୁ ଭଙ୍ଗାଭଙ୍ଗି କରୁଥିବା ବେଳେ ଶମ୍ଭୁନାଥ ପ୍ରତିବାଦ କରିଥିଲେ। ଏଥିରେ ହେମନ୍ତ ରାଗିଯାଇ ଏକ ଲୁହା ଷଣ୍ଡୁଆସିରେ ଆକ୍ରମଣ କରିବାରୁ ଶମ୍ଭୁନାଥ ଆହତ ହୋଇଥିଲେ । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ସିଏଚସିରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

Leave A Reply

Your email address will not be published.