କେଉଁଠି ବଳାତ୍କାର କଲେ ପୁରସ୍କାର ଭାବେ ମିଳେ ନବବଧୂ

0

ଦିନକୁ ଦିନ ବଢୁଛି ସମାଜରେ ବଳାତ୍କାର ର ସଂଖ୍ୟା , ସାରା ବିଶ୍ୱ ଏବେ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ। କାରଣ ସବୁଠି ଦିନକୁ ଦିନ ବଳାତ୍କାର ଘଟଣା ବଢିବାରେ ଲାଗିଛି। ଏଥିପାଇଁ ବଳାତ୍କାରୀଙ୍କୁ କଠୋର ଦଣ୍ଡ ଦେବାକୁ ସବୁଠି ଦାବିକରାଯାଉଛି। ହେଲେ ଏମିତିବି ଦେଶ ଅଛି ଯେଉଁଠି ବଳାତ୍କାରୀଙ୍କୁ ପୁରସ୍କୃତ କରାଯାଉଛି।
କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ଏକ ପରମ୍ପରା ଭାବେ ସେଠାରେ ପ୍ରଚଳିତ ହୋଇ ଆସିଲାଣି। କିରଗୀଜସ୍ତାନରେ ରହିଛି ଏହି ପରମ୍ପରା। ଏଠାରେ ପୁରୁଷମାନେ ବିବାହ କରିବା ପୂର୍ବରୁ କୁମାରୀଙ୍କୁ ଯୋରଜବରଦସ୍ତ ବଳାତ୍କାର କରିଥାଆନ୍ତି। ଏହାପରେ ପୀଡିତା ଜଣକ ବଦନାମ ହୋଇଯାଆନ୍ତି। ଯେତେ ଚେଷ୍ଟା କଲେ ମଧ୍ୟ କେଉଁଠି ହେଲେ ତାଙ୍କର ବିବାହ ହୋଇ ପାରି ନ ଥାଏ। ଶେଷରେ ପରିବାର ଲୋକେ ଉକ୍ତ ଯୁବତୀଙ୍କୁ ତାଙ୍କୁ ବଳାତ୍କାର କରିଥିବା ବ୍ୟକ୍ତିଙ୍କ ନିକଟରେ ଛାଡିଦେଇ ଆସିଥାଆନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପ୍ରତିବର୍ଷ ଏଠାରେ ପ୍ରାୟ ୧୨ହଜାର ଯୁବତୀ ବଳାତ୍କାରର ଶିକାର ହୋଇଥାଆନ୍ତି। ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରି ବିଫଳ ହୋଇଥିବାବେଳେ ଏବେ ସେଠାରେ ଏହା ଏକ ପରମ୍ପରାରେ ପରିଣତ ହୋଇଗଲାଣି। ତେବେ ଆଗାମୀ ଦିନରେ ଏହି ଭଳି ପରମ୍ପରା କେତେ ଦୂର ଗ୍ରହଣୀୟ ତାହା ସମୟ କହିବ ।

Leave A Reply

Your email address will not be published.