ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା

ଭୁବନେଶ୍ୱର, ୧୫/୧୨ : ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ଏବଂ ୧୫ ଧର୍ମଶାଳାରେ ଚିକିତ୍ସାଧୀନ ଅଛନ୍ତି। ୧୫ରୁ ଊର୍ଦ୍ଧ୍ବ ଗାଡ଼ି ଭାଙ୍ଗି ଦେଇଛନ୍ତି ପ୍ରଣବ ବଳବନ୍ତରାୟ କହିଛନ୍ତି । ଏହା ସହ ସେ କହିଛନ୍ତି ଯାଜପୁର ପୋଲିସ ଉପରେ ଭରସା ନାହିଁ, ଡିଜିପିଙ୍କୁ ଅବଗତ କରିବି। ବର୍ତ୍ତମାନ ବିଧାୟକଙ୍କ ସମର୍ଥକ ଏପରି କରିଥିବା ସେ ଅଭିଯୋଗ କରିଛନ୍ତି।