ଭୁବନେଶ୍ୱର, ୦୯/୦୭ : ଆଜି ହୀରାକୁଦରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ । ଦିନ ୧୧ଟାରେ ୪ଟି ଗୋଟ୍ ଖୋଲାଯିବ । ପରବର୍ତ୍ତୀ ସମୟରେ ଅଧିକ ଗେଟ୍ ଖୋଲି ୧ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ଛଡ଼ାଯିବ । ହୀରାକୁଦର ଜଳଭଣ୍ଡାରରର ଜଳସ୍ତର ୬୧୧ ଫୁଟ ଟପିବା ପରେ ଗେଟ୍ ଖୋଲିବାକୁ ହୋଇଛି ନିଷ୍ପତ୍ତି । ପାଣି ଛଡ଼ାଯିବା ପରେ ମହାନଦୀର ତଳମୁଣ୍ଡରେ ବଢ଼ିବ ଜଳପ୍ରବାହ ବଢ଼ିବ । ୧୦ରୁ ଅଧିକ ଜିଲ୍ଲା ଦେଇ ମହାନଦୀ ପ୍ରବାହିତ ହେଉଥିବାରୁ, ତଳିଆ ଅଂଚଳର ଲୋକଙ୍କୁ ପ୍ରଶାସନ କରିଛି ସତର୍କ । ଗେଟ ଖୋଲୁଥିବାରୁ ମୁଖ୍ୟବନ୍ଧ ଓ ଆଖପାଖ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ବିନା ଅନୁମତିରେ ଉଡ଼ିପାରିବନି ବିମାନ ଓ ଡ୍ରୋନ୍ ।