କର୍ଣ୍ଣାଟକ ଧାରୱଡ଼ରେ ବିଜେପି ଯୁବନେତା ପ୍ରବୀଣ କମ୍ମରଙ୍କୁ ହତ୍ୟା

0

ନୂଆଦିଲ୍ଲୀ : କର୍ଣ୍ଣାଟକର ଧାରୱଡ଼ରେ ଜଣେ ବିଜେପି ଯୁବ ନେତାଙ୍କୁ ହତ୍ୟା କରାଯାଇଛି । ବିଜେପି ଯୁବ ମୋର୍ଚ୍ଚା ନେତା ପ୍ରବୀଣ କମ୍ମରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବିଜେପି ନେତା ତେଜସ୍ବୀ ସୂର୍ଯ୍ୟ କହିଛନ୍ତି । ଏହା ରାଜନୈତିକ ଶତ୍ରୁତାରୁ ଏହି ହତ୍ୟା ହୋଇଛି। ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି। ହତ୍ୟା ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ୩ ଜଣ ଅଟକ ଅଛନ୍ତି। ଉକ୍ତ ହତ୍ୟା ଘଟଣାରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଯିଏ ବି ସମ୍ପୃକ୍ତ ଥିବା ତାକୁ ଛଡ଼ାଯିବନି ବୋଲି ପୁଲିସ କହିଛି। ପୁଲିସ ଅନୁଯାୟୀ କିଛି ଲୋକ ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ଝଗଡ଼ା କରୁଥିବାବେଳେ ପ୍ରବୀଣ ‌ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ନିଶାଶକ୍ତ ଅବସ୍ଥାରେ ଥିବାବେଳେ ପ୍ରବୀଣଙ୍କୁ ଛୁରୀ ମାରି ହତ୍ୟା କରିଥିଲେ।

SBI AD
Leave A Reply

Your email address will not be published.