ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ମୁଁ ଭାରତର ଗଣତନ୍ତ୍ର ପାଇଁ ଲଢୁଛି, କେହି ମୋ ମୁହଁ ବନ୍ଦ କରି ପାରିବେ ନାହିଁ। ଭାରତରେ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି । ମୋଦୀ-ଆଦାନୀ ସଂପର୍କକୁ ନେଇ ମୁଁ ପ୍ରଶ୍ନ କରିଚାଲିବି। ମୋତେ କେହି ଡରାଇ ପାରିବେନି, ଡରାଇ, ଧମକାଇ କେହି ମୋ ମୁହଁ କେହି ବନ୍ଦ କରିପାରିବେ ନାହିଁ।
ଆଦାନୀ ଏବଂ ମୋଦୀଜୀଙ୍କ ମଧ୍ୟରେ ସମ୍ପର୍କ ବହୁତ ନିବିଡ । ସେ ଦୁଇଜଣ ବିମାନରେ ବସି ଯାଉଥିବାର ପ୍ରମାଣ ମୁଁ ସଂସଦରେ ଦେଇଛି । ମୁଁ ସଂସଦରେ ଯେଉଁ ପ୍ରଶ୍ନ କରିଥିଲି, ମୋ ପ୍ରଶ୍ନକୁ ବିବରଣୀରୁ ବାଦ୍ ଦିଆଗଲା, ମୋ ନାଁରେ ହିଁ ତାଙ୍କ ମନ୍ତ୍ରୀମାନେ ମିଛ କହିଲେ। ଆଦାନୀଙ୍କ କମ୍ପାନୀରେ ୨୦ ହଜାର କୋଟି ଟଙ୍କା କିଏ ନିବେଶ କରିଛି ସେ ନେଇ ମୁଁ ବାରମ୍ବାର ପ୍ରଶ୍ନ କରିବି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
