ଇଣ୍ଡିଗୋ ଏୟାର ଲାଇନ୍ସର ‘ଭ୍ୟାକ୍ସି ଫେୟାର’ ଅଫର

ନୂଆଦିଲ୍ଲୀ,୨୩ /୬ : ଦେଶର ସବୁଠାରୁ ବଡ ଏୟାର ଲାଇନ୍ସ କୁହାଯାଉଥିବା ଇଣ୍ଡିଗୋ ତା’ର ଯାତ୍ରୀମାନଙ୍କ ପାଇଁ ଟିକେଟ ଉପରେ ରିହାତି ଘୋଷଣା କରିଛି । ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ‘ଭ୍ୟାକ୍ସି ଫେୟାର’ ନାମରେ ଏକ ଅଫର ଲାଞ୍ଚ କରାଯାଇଛି । ଏହି ଅଫର କେବଳ ଟିକା ନେଇଥିବା ଯାତ୍ରୀମାନଙ୍କ କ୍ଷେତ୍ରରେ ଲାଗୁ କରାଯିବ । କମ୍ପାନି ତରଫରୁ କୁହାଯାଇଛି କି ଯେଉଁ ଲୋକମାନେ ଟିକା ନେବା ପରେ ଇଣ୍ଡିଗୋ ବିମାନରେ ଯାତ୍ରା କରୁଛନ୍ତି, ସେମାନଙ୍କୁ ଟିକେଟର ପ୍ରକୃତ ମୂଲ୍ୟ ଉପରେ ୧୦ ପ୍ରତିଶତ ରିହାତି ଦିଆଯିବ ।

ଇଣ୍ଡିଗୋ ପକ୍ଷରୁ କୁହାଯାଇଛି କି, ଏହି ଅଫର ସେହି ମାନଙ୍କୁ ମିଳିବ ଯେଉଁମାନେ ଗୋଟିଏ ଡୋଜ ଟିକା ନେଇଥିବେ । ଏହାସହ ଯାତ୍ରୀଙ୍କ ନିକଟରେ ଟିକାକରଣ ପ୍ରମାଣପତ୍ର ରହିଥିବା ଜରୁରୀ । ଯଦି କୌଣସି ଲୋକ ଭୂଲ ସୂଚନା ଦେଇ ଏହି ଅଫରରୁ ଲାଭ ନେଇଥିବେ ତେବେ ଚେକ୍ ଇନ୍ କାଉଣ୍ଟରରେ ଧରାପଡିବା ପରେ ସେମାନଙ୍କ ଠାରୁ ରିହାତି ପାଇଥିବା ଅର୍ଥ ସହ ଟିକେଟ ବଦଳ ଚାର୍ଜ ଆଦାୟ କରାଯିବ । ଏହାସହ ଲାଭାର୍ଥି ଟିକେଟର ବୁକିଂ ଇଣ୍ଡିଗୋ ୱେବସାଇଟରେ କରିଥିବା ଜରୁରୀ ଅଟେ ।