ହାତୀଆ ଆଦର୍ଶ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କଲେ ମହାକାଳପଡ଼ା ବିଧାୟକ

ମହାକାଳପଡ଼ା, ୧୬/୦୮: ଦେଶବାସୀ ଆନନ୍ଦ ଉଲ୍ଲାସର ସହ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ବିଧାନ ସଭା କ୍ଷେତ୍ର ଅଧୀନ ମାର୍ଶାଘାଈସ୍ଥିତ ହାତୀଆ ଆଦର୍ଶ ବିଦ୍ୟାଳୟରେ ମଧ୍ୟ ଦେଶପ୍ରେମର ପରିବେଶ ଦେଖିବାକୁ ମିଳିଥିଲା।

ମହାକାଳପଡ଼ାର ଯୁବ ବିଧାୟକ ଡ଼. ଦୁର୍ଗାପ୍ରସନ୍ନ ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ର ଅଧ୍ୟକ୍ଷ ସଞ୍ଜୟ ମଲ୍ଲିକ, ଶିକ୍ଷକ ଶିକ୍ଷୟତ୍ରୀ ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ ବିଧାୟକ ରାଷ୍ଟ୍ରଧ୍ୱଜକୁ ସମ୍ମାନ ଜଣାଇ ଅଞ୍ଚଳବାସୀଙ୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ପ୍ରୀତିର ଧାରା ପ୍ରବାହିତ ହେଉ ବୋଲି କାମନା କରିଥିଲେ। ପରେ ଅନୁଷ୍ଠିତ ସଭାରେ ସେ ଛାତ୍ରଛାତ୍ରୀଙ୍କୁ ଉଦ୍ଦେଶ୍ୟ ଦେଇ କହିଲେ ଯେ, ଦେଶପ୍ରେମ ହିଁ ଏକ ବିକଶିତ ରାଷ୍ଟ୍ର ଗଠନର ମୂଳ ମନ୍ତ୍ର।ସଭା ଶେଷରେ ବିଦ୍ୟାଳୟ ତରଫରୁ ଆୟୋଜିତ ବିଭିନ୍ନ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ବିଧାୟକ ପୁରସ୍କାର ପ୍ରଦାନ କରିଥିଲେ l