ମହାକାଳପଡ଼ା ,୧୬/୦୮ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଦେଶପ୍ରେମ ଓ ଉତ୍ସାହର ସହିତ ୮୦ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ବ୍ଲକ କାର୍ଯ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ-କଲେଜ ଏବଂ ବିଭିନ୍ନ ସରକାରୀ ଅନୁଷ୍ଠାନ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ଗୀତ, ପଥପ୍ରାନ୍ତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବ୍ଲକ କାର୍ଯ୍ୟାଳୟ ରେ ପଂଚାୟତ ସମିତି ଅଧ୍ୟକ୍ଷା ମୀରାରାଣୀ ମହାନ୍ତି , ତହସିଲ ରେ ତହସିଲଦାର ରବିନାରାୟଣ ଆଚାର୍ଯ୍ୟ, ପୂର୍ତ୍ତ ଓ ଗୃହ ନିର୍ମାଣ ଉପଖଣ୍ଡ କାର୍ଯ୍ୟାଳୟ ରେ ଉପଖଣ୍ଡ ଅଧିକାରୀ ଦୈତାରୀ ଟୁଡୁ ଓ ନଦୀତଟ ବନ୍ଧ କାର୍ଯ୍ୟାଳୟ ରେ କନିଷ୍ଠ ଯନ୍ତ୍ରୀ ଗୋରାଶିଷ ସାହୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି l
ଏହି ଭାବେ ୨୪ଗୋଟି ପାକ୍ସ ରେ ସଭାପତି /ସମ୍ପାଦକ, ଆଇସିଡ଼ିଏସ ରେ ସିଡିପିଓ, ରାମଚଣ୍ଡୀ ଉପକୂଳ ବିକାଶ ପରିଷଦଶ୍ରମିକ ସଂଗଠନ କାର୍ଯ୍ୟାଳୟ ରେ ଫକୀର ବେହେରା, ବଳଦେବ ଜୀଉ ଚଷା ସଂଗଠନ କାର୍ଯ୍ୟାଳୟ ରେ ଅଭୟ ପରିଡା ବିଜେପି,ବିଜେଡି ଓ କଂଗ୍ରେସ କାର୍ଯ୍ୟାଳୟ ରେ ଛାମୁଆ କର୍ମୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି l ଆଖ ପାଖ ଗୁରୁଜନ, ମୁରବି ଯୁବ ବର୍ଗ ବହୁ ସଂଖ୍ୟାରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବକ୍ତାମାନେ ଦେଶର ଐକ୍ୟ ଓ ଅଖଣ୍ଡତା ବଜାୟ ରଖିବା ସହ ବିକଶିତ ଭାରତ ଗଠନରେ ଯୁବପିଢ଼ିଙ୍କ ଭୂମିକା ଉପରେ ଗୁରୁତ୍ଵ ଦେଇଥିଲେ । ପୁରା ବ୍ଲକରେ ଦେଶଭକ୍ତିର ପରିବେଶ ଦେଖିବାକୁ ମିଳିଥିଲା ।