ଆଇପିଏଲ୍‌ -୨୦୨୧ : ଆଜି ମୁମ୍ବାଇ-ଚେନ୍ନାଇ ମୁକାବିଲା

ନୂଆଦିଲ୍ଲୀ,୧/୫ : ଆଜି ଆଇପିଏଲ୍‌ ଇତିହାସର ଦୁଇ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ରହିଛି ଚେନ୍ନାଇ ସୁପର୍‌ କିଙ୍ଗ୍ସ। ଏହି ମୁକାବିଲାକୁ ବହୁ ପ୍ରଶଂସକ ଅପେକ୍ଷା କରିଥା’ନ୍ତି। କାରଣ ଉଭୟ ଦଳର ବଡ଼ ପ୍ରଶଂସକ ‌ଗ୍ରୁପ୍‌ ରହିଛନ୍ତି। ପ୍ରାଧାନ୍ୟ ବିସ୍ତାର କରିଆସୁଥିବା ଏହି ଦୁଇ ଦଳର ଲଢ଼େଇ ମଧ୍ୟ ରୋମାଞ୍ଚ, ଉତ୍କଣ୍ଠା ଓ ନାଟକୀୟ ମୁହୂର୍ତମାନ ଦେଖାଇବାର ପ୍ରତିଶ୍ରୁତି ରଖିଛନ୍ତି। ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଚଳିତ ବର୍ଷ ଭଲ ସମୟ ଦେଇ ଗତି କରୁଛନ୍ତି। କେବଳ ରୋହିତ ଶର୍ମାଙ୍କ ଦଳ ସାମାନ୍ୟ ଅସ୍ଥିର ରହି ୬ରୁ ୩ ମ୍ୟାଚ୍‌ ଜିତିଥିବା ବେଳେ ‌ଧୋନି ବାହିନୀ ପ୍ରଥମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ହରିବା ପରଠାରୁ କ୍ରମାଗତ ୫ ମ୍ୟାଚ୍‌ ଜିତିସାରିଛି।

ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, କ୍ବିଣ୍ଟନ୍ ଡି’କକ୍‌, ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ୍ ବୋଲ୍ଟ, ଆଦାମ ମିଲନେ, ନାଥନ୍ କୁଲଟର୍ ନାଇଲ, ପୀୟୂଷ ଚାୱଲା, ଜିମ୍ମି ନିସାମ, ଆଦିତ୍ୟ ତାରେ, କ୍ରୁନାଲ ପାଣ୍ଡ୍ୟା, ‌ମୋହସିନ୍‌ ଖାନ୍‌, ଅନୁକୂଳ ରାୟ, ଅନମୋଲପ୍ରୀତ୍ ସିଂହ, କ୍ରିସ୍‌ ଲିନ୍, ଧବଲ କୁଲକର୍ଣ୍ଣି, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ୍ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, ଯୁଦ୍ଧବୀର ଚରକ, ମାର୍କୋ ଜେନସେନ୍‌, ଅର୍ଜୁନ ତେନ୍ଦୁଲକର।

ଚେନ୍ନାଇ ସୁପର୍‌ କିଙ୍ଗ୍ସ : ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ୍ ଆସିଫ, ଦୀପକ ଚହର, ଡ୍ବେନ୍ ବ୍ରାଭୋ, ଫାଫ୍ ଡୁ’ପ୍ଲେସିସ୍, ଇମ୍ରାନ ତାହିର, ଏନ୍ ଜଗଦୀଶାନ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନ୍‌ଗିଡ଼ି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଦେଜା, ଋତୁରାଜ ଗାଏକ୍ବାଡ୍, ଶାର୍ଦୁଳ ଠାକୁର, ସାମ୍ କରନ, ଆର ସାଇକିଶୋର, ମୋଇନ ଅଲ୍ଲୀ, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି ହରି ନିଶାନ୍ତ।

Comments are closed.