ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ ଗ୍ରାମବାସୀ

0

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରା ପୁର (କ) ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ। ପ୍ରତିବାଦରେ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ ଅଫିସରେ ବନ୍ଦ କରି ତାଲା ପକାଇଲେ ଗ୍ରାମବାସୀ। ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ଓ ପକ୍ଷପାତିତା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।ପଂଚାୟତ କାର୍ଯ୍ୟାଳୟ ଭିତରେ ସରପଞ୍ଚ,ସମିତି ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ ପଂଚାୟତବାସୀ। ଦୀର୍ଘ ସମୟ ପରେ ପୋଲିସ ପହଞ୍ଚି ବୁଝା ସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା ବୋଲି ଖବର ଆସିଛି।

SBI AD
Leave A Reply

Your email address will not be published.