ବିଜେଡିରେ ମିଶିଲେ ଲକ୍ଷ୍ମୀପୁରର ପୁର୍ବତନ ବିଧାୟକ କୈଳାଶ କୁଲେସିକା

ଭୁବନେଶ୍ୱର,୨୦/୧୦: ବିଜେଡ଼ିରେ ଯୋଗ ଦେଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ତାଙ୍କ ସମର୍ଥକମାନଙ୍କ ସହିତ ସେ ବିଜେଡ଼ିରେ ସାମିଲ ହୋଇଛନ୍ତି |ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି | ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ଲକ୍ଷ୍ମୀପୁରରୁ ବିଧାୟକ ଥିବାବେଳେ ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟରେ ବିଜେଡ଼ିର ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ |

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବା ଏହି ମିଶ୍ରଣ ପର୍ବରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସହ କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ଉପସ୍ଥିତ ଥିଲେ । ସୂଚନା ମୁତାବକ ପୂର୍ବରୁ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି ଦଳ ଛାଡି ବିଜେଡିରେ ମିଶିଥିବାବେଳେ ଆଜି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ଦଳ ଛାଡିବା କଂଗ୍ରେସ ପାଇଁ ଅଶୁଭ ସଙ୍କେତ ।