ବାହୁବଳୀଙ୍କ ବିବାହକୁ ନେଇ ଏବେ ପୁଣି ଚର୍ଚା ଜୋର ଧରିଛି ।ପ୍ରଶଂସକ ମହଲରେ ବାହୁବଳୀର ରିଲ୍ ଯୋଡ଼ି ମନ ଜିଣିନେଇଛନ୍ତି। ପ୍ରଭାସ ଓ ଅନୁଷ୍କା ସେଟ୍ଟିଙ୍କ ଯୋଡ଼ି ବାସ୍ତବ ଜୀବନରେ ସାଥି ହେବେ ବୋଲି ପୂର୍ବରୁ ଅନେକଥର ଶୁଣାଯାଇଛି। ଦୁହେଁ କିନ୍ତୁ ସ୍ପଷ୍ଟ ଭାବେ ସେମାନଙ୍କ ପ୍ରେମ ସମ୍ପର୍କକୁ ଅସ୍ବୀକାର କରିଛନ୍ତି।
ତେବେ ଅନ୍ୟପାଖେ ପ୍ରଭାସଙ୍କ ପରିବାରଲୋକେ ଯେତେବେଳେ ପୁଅ ବିବାହ ନିମନ୍ତେ ତରବର ବୋଲି ଶୁଣାଯାଇଥିଲା, ଅଧିକାଂଶଙ୍କ ଇଙ୍ଗିତ ଅନୁଷ୍କାଙ୍କ ଆଡ଼କୁ ହିଁ ଯାଇଥିଲା।
ନିକଟରେ ପ୍ରଭାସଙ୍କ ମାମୁ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଭଣଜା ପରିବାରଲୋକଙ୍କ ଇଚ୍ଛାକୁ ହିଁ ପ୍ରାଧାନ୍ୟ ଦେଇଛି । ପ୍ରଭାସଙ୍କ ବିବାହ ଚଳିତ ବର୍ଷ ଶେଷ ସୁଦ୍ଧା ହୋଇପାରେ। ତେବେ ସେ ଅନୁଷ୍କାଙ୍କୁ ବିବାହ କରୁନାହାନ୍ତି ବୋଲି ତାଙ୍କ ମାମୁ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି।
ତେବେ ସେ ଯାହାହେଉ ନ କାହିଁକି ବାହୁବଳୀଙ୍କ ବିବାହ ନେଇ ଏବେ ତାଙ୍କ ପ୍ରଶଂସକ ଏବଂ ଦର୍ଶକଙ୍କ ମଧ୍ୟରେ ଏକ ରୋଚକ କାହାଣୀ ଜୋର ଧରିବାରେ ଲାଗିଛି । ପ୍ରଭାସ ଆଜିକାଲି ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ପୋଷ୍ଟ-ପ୍ରଡକ୍ସନ୍ କାମରେ ଖୁବ୍ ବ୍ୟସ୍ତ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି ।