‘କପିଳ ଶର୍ମା ଶୋ’ ର ସୁଟିଂ ଆରମ୍ଭ : ପ୍ରଥମ ଶୋ’ ରେ ଅତିଥି ହେବେ ଏହି ରିୟଲ ହୀରୋ

ମୁମ୍ବାଇ, ୭/୭ : କପିଳ ଶର୍ମାଙ୍କ ଲୋକପ୍ରିୟ ଶୋ ‘ଦ କପିଳ ଶର୍ମା ଶୋ’ ଖୁବ୍ ଶୀଘ୍ର ଆରମ୍ଭ ହେବ। ଶୋର ମେକର୍ସ ସୁଟିଂ ସେଟରେ ଫେରିବା ପାଇଁ ଖୁବ୍ ପ୍ରସ୍ତୁତି କରୁଛନ୍ତି। ଖବର ମିଳିଛି ଯେ ଏହାର ସୁଟିଂ ଜୁଲାଇ ମଧ୍ୟଭାଗରେ ଆରମ୍ଭ କରାଯିବ। ସମସ୍ତ ନିୟମକୁ ପାଳନ କରାଯାଇ ଷ୍ଟାର ଏବଂ କ୍ରୃ ମେମ୍ବରଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯିବ।

କପିଳ ଶର୍ମାଙ୍କ ଶୋ ରେ ଏଥର ସର୍ବ ପ୍ରଥମ ଅତିଥି ଆଉ କେହି ନୁହେଁ ବରଂ ସୋନୁ ସୁଦ ଆସିବେ। ନୂଆ ଏପିସୋଡର ସ୍କ୍ରିପ୍ଟକୁ ଲକ୍ କରି ଦିଆଯାଇଛି। ଏହା ବ୍ୟତୀତ ଟିମର କାଷ୍ଟ୍ ସମେତ କପିଳ ଶର୍ମା ଭିଡିଓ କନଫରେନ୍ସିଂ ଜରିଆରେ ରିହର୍ସଲ୍ କରୁଛନ୍ତି। ଅର୍ଚ୍ଚନା ପୂରଣ ସିଂହ ମଧ୍ୟ ଶୋ ରେ ରହିବେ।

ଅତିଥି ଭାବେ ସୋନୁ ସୁଦଙ୍କ ବ୍ୟତୀତ ଆହୁରି ଅନେକ ବଡ଼ ସୁପରଷ୍ଟାର ସାମିଲ ହେବାର ଶୁଣିବାକୁ ମିଳିଛି। କିନ୍ତୁ ଶୋ ରେ ଲାଇଭ ଅଡିୟନ୍ସ ରହିବେ ନାହିଁ। କରୋନା ଭାଇରସର ପ୍ରକୋପକୁ ଦେଖି ସୋସିଆଲ ଡିସଟ୍ୟାନସିଂ ପାଳନ କରାଯିବ।