ଫେସବୁକରେ ଦୁଇ ମହିଳାଙ୍କ ଫଟୋ ପୋଷ୍ଟ ନେଇ ଥାନାରେ ମାମଲା

କେନ୍ଦ୍ରାପଡା,୧୮ /୬ : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଧୀନ କଣ୍ଡିଆହାଟ ଅଂଚଳର ଲିପୁ ମଳିକ କଣ୍ଡିଆ ହାଟ ଅଂଚଳର ଜଣେ ମହିଳା ଓ ତାଙ୍କ ଭଉଣୀଙ୍କ ଫଟୋ ଫେସବୁକରେ ପୋଷ୍ଟ କରିବାରୁ ବିବାଦ ଉପୁଜିଛି l କେଉଁ ଲକ୍ଷ୍ୟ ବା ଉଦ୍ଦେଶ୍ୟରେ ହୃଷିକେଶ ମଳିକଙ୍କ ପୁଅ ଲିପୁ ଦୁଇ ଭଉଣୀଙ୍କ ଫଟୋ ପୋଷ୍ଟ କରିବା ବିଷୟରେ ଫୋନରେ ପଚାରିଥିଲେ l କିନ୍ତୁ ଲିପୁ ପାଲଟାଜବାବରେ ମହିଳାଙ୍କ ଭାଇଙ୍କୁ ଭୟଭୀତ କରାଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ l ଏନେଇ ଚଳିତ ମାସ ୭ ତାରିଖ ଦିନ ଦୁଇ ମହିଳାଙ୍କ ଭାଇ ରାଜକନିକା ଥାନାରେ ଘଟଣା ବିଷୟରେ ଅଭିଯୋଗ କରିଥିଲେ l

ମାତ୍ର ପରବର୍ତ୍ତୀ ସମୟରେ ଲିପୁ ମହିଳାଙ୍କ ଭାଇକୁ ଘରେ ପଶି ମାଡ଼ ମାରିବାରୁ ବଡ଼ ଭଉଣୀ ଜୀବନ ସୁରକ୍ଷା ନେଇ ରାଜକନିକା ଥାନାରେ ଅଭିଯୋଗ କରିଥିଲେ l ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ରାଜକନିକା ପୋଲିସ ବାପ ଓ ପୁଅ ଦୁଇଜଣଙ୍କ ନାମରେ ମାମଲା ରୁଜୁ କରିବା ସହିତ ଅଧିକ ଅନୁସନ୍ଧାନ ଜାରିରଖିଥିବାର ଜଣାପଡିଛି l ସାଧାରଣରେ ସୋସିଆଲ ମେଡିଆରେ ଅନ୍ୟ ଜଣକ ଫଟୋ ନିଜ ଫେସବୁକ ରେ ପୋଷ୍ଟ କରିବା ବେଆଇନ ହୋଇଥିବା ବେଳେ ବିନା ଅନୁମୋଦନରେ କିପରି ୨ ମହିଳାଙ୍କ ଫଟୋ ପୋଷ୍ଟ କରିଛନ୍ତି l ଆହୁରି ମଧ୍ୟ ଫଟୋ ପୋଷ୍ଟ ବିଷୟରେ ପଚାରିବାରୁ ପାଲଟା ଜବାବ ହତଚକିତ କରିଛି l ଦେଖୁବାକୁ ବାକିରହିଲା ଆଗାମୀ ଦିନରେ ପୋଲିସ ଅଭିଯୋଗକାରୀଙ୍କୁ କି ନ୍ୟାୟ ପ୍ରଦାନ କରୁଛି l