ଖୋର୍ଦ୍ଧା, ୧୬/୬: ଦିନକୁ ଦିନ ବଢୁଥିବା କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ସବ୍ଡିଭିଜନ୍ର ସମସ୍ତ ଅଞ୍ଚଳରେ ୧୬ଘଣ୍ଟିଆ ସଟ୍ଡାଉନ୍ ଜାରି କଲା ଜିଲ୍ଲାପ୍ରଶାସନ । ଦିନ ୨ରୁ ସକାଳ ୬ ଯାଏ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଛାଡି ବାକି ସମସ୍ଥ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବା ନେଇ ଜିଲ୍ଲା ପ୍ରଶାସନର ନିଷ୍ପତି ।
ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଜୁନ୍ ୩୦ ପର୍ଯ୍ୟନ୍ତ ୧୬ ଘଣ୍ଟିଆ ସଟ୍ଡାଉନ ଜାରି ରହିବ ବୋଲି ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ସୂଚନା ଦେଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରେ ଥିବା ରାଜଧାନୀ ଭୁବନେଶ୍ୱରରେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ଜଣାପଡିଛି ।