ଫେବୃଆରୀରେ ବିବାହ ବନ୍ଧନରେ ବାନ୍ଧିହେବେ କିଆରା-ସିଦ୍ଧାର୍ଥ

0

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ବିଟାଉନ୍ର ସୁନ୍ଦର ଯୋଡ଼ି ମଧ୍ୟରୁ ଗୋଟିଏ । ଏହି ଯୋଡିକୁ ଶେରଶାହ କପଲ ନାମରେ ବେଶ ଜଣାଶୁଣା । ବାସ୍ତବରେ ଦୁହେଁ ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଉଭୟ ନୂଆ ବର୍ଷରେ ନୂଆ ଆରମ୍ଭ କରିବାକୁ ଯାଉଛନ୍ତି । ବିବାହ ତାରିଖ ସ୍ଥାନ ମଧ୍ୟ ସ୍ଥିର ହୋଇ ସାରିଛି । ପ୍ରଶଂସକମାନେ ଉତ୍ସାହ ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ଯାହା ବର୍ତ୍ତମାନ ଶେଷ ହେବାକୁ ଯାଉଛି ।

କୁହାଯାଉଛି ଯେ ସିଦ୍ଧାର୍ଥ ଏବଂ କିଆରା ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି । ଯଦି ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ୬ ଫେବୃଆରୀ ୨୦୨୩ରେ ରାଜସ୍ଥାନ ଜୈସଲମେର ପ୍ୟାଲେସରେ ରାଜକୀୟ ଢଙ୍ଗରେ ବିବାହ କରିବେ । ପରିବାର ସଦସ୍ୟ ସହିତ ଅନେକ ବଲିଉଡ ତାରକା ଏହି ବିବାହ ଉତ୍ସବରେ ଯୋଗଦେବାର ସମ୍ଭାବନା ରହିଛି । ଏହା ଏକ ବଡ ବିବାହ ହେବାକୁ ଯାଉଛି । ଯାହା କଡା ସୁରକ୍ଷା ଅଧୀନରେ କରାଯିବ । କୁହାଯାଉଛି କି ସେମାନଙ୍କର ବିବାହ କାର୍ଯ୍ୟ ୪ ଫେବୃଆରୀରୁ ଆରମ୍ଭ ହେବ ।

ହଳଦୀ ମେହେନ୍ଦୀ ଠାରୁ ସଂଗୀତ ୫ ଫେବୃଆରୀରେ ଶେଷ ହେବ ଏଥି ପାଇଁ ତାଙ୍କର ଏକ ସ୍ୱତନ୍ତ୍ର ଥିମ୍ ବି ରହିଛି । ୬ଫେବୃଆରୀରେ ଉଭୟ ସାତ ଫେରା ନେବେ । କିଛି ଦିନ ତଳେ ଫ୍ୟାସନ ଡିଜାଇନର ମନିଷ ମଲହୋତ୍ରାଙ୍କ ଘରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବିବାହକୁ ନେଇ ଦୁହିଁଙ୍କ ତରଫରୁ କୌଣସି ସୂଚନା ମିଳି ନାହିଁ । କହିବାକୁ ଗଲେ ବିବାହର ଆଲୋଚନା ମଧ୍ୟରେ କିଛି ଦିନ ପୂର୍ବରୁ ସେମାନଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଥିଲା ।

କିନ୍ତୁ ନୂଆ ବର୍ଷ ଅବସରରେ ଉଭୟଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଦୁହେଁ ଏକାଠି ନଥାଇ ପାରନ୍ତି, କିନ୍ତୁ କଳ୍ପନା ଜଳ୍ପନାର କାରଣ ହୋଇଥିଲା ଯେ ଏହି ଦମ୍ପତି ଏପର୍ଯ୍ୟନ୍ତ ଏକାଠି ଅଛନ୍ତି ଏବଂ ଏକ ନୂଆ ବର୍ଷର ଛୁଟି କାଟୁଛନ୍ତି । ଏହା ପରେ, ବର୍ତ୍ତମାନ ସେମାନଙ୍କର ପ୍ରଶଂସକମାନେ ସେମାନଙ୍କ ବିବାହ ଖବର ଶୁଣି ବହୁତ ଖୁସି ଅଛନ୍ତି । ଫିଲ୍ମରେ ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏବେ ରିୟଲ ଲାଇଫରେ ଏହି ଯୋଡିଙ୍କୁ ଦେଖିବାକୁ ମିଳିବ ।

SBI AD
Leave A Reply

Your email address will not be published.