ବଲାଙ୍ଗିରରେ ମୃଦୁ ଭୂକମ୍ପ ଝଟକା, ଏହାର ତୀବ୍ରତା ୪.୪

ବଲାଙ୍ଗିର: ଥରିଲା ବଲାଙ୍ଗିର। ବଲାଙ୍ଗିରରେ ମୃଦୁ ଭୂକମ୍ପ । ଭୋର ୪ଟା ୪୦ରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ । ଭୂକମ୍ପ ଅନୁଭବ କଲେ ବଲାଙ୍ଗିରବାସୀ । ଝଟକା ପରେ ଭୟଭୀତ ଅବସ୍ଥାରେ ଲୋକ । କିଛିଦିନ ପୂର୍ବରୁ ମଧ୍ୟ ଭୂକମ୍ପରେ ଥରିଥିଲା କୋରାପୁଟ । ଜୟପୁର, ଲମତାପୁଟ ଓ ନନ୍ଦପୁର ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରେକର୍ଡ କରାଯାଇଥିଲା । ରାତି ୧୧ଟା ୩୧ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୟରେ ଘରୁ ବାହାରକୁ ପଳାଇଆସିଥିଲେ ଲୋକ । ଘରର ଆସବାବପତ୍ର ଦୋହଲିଯାଇଥିଲା । ପ୍ରାୟ ୧୨ ସେକେଣ୍ଡ ଧରି ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା ଲୋକଙ୍କ ଭିତରେ ଆତଙ୍କ ଖେଳାଇଦେଇଥିଲା । ଗୁଜରାଟର ନବସାରୀ ଜିଲ୍ଲାରେ ସକାଳୁ ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୪ ରହିଥିଲା । ଭୂକମ୍ପ ଝଟକା ସକାଳ ୫ଟା ୨୭ ମିନିଟରେ ଆସିଥିଲା । ଯାହାର କେନ୍ଦ୍ର ବାସନ୍ଦାରୁ ୨୨ କିମି ପୂର୍ବ ଦକ୍ଷିଣପୂର୍ବରେ ରହିଥିଲା । ସ୍ଥାନୀୟ ଅଧିକାରୀଙ୍କ କହିବା ମୁତାବକ, ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିଲା ।