କାଳବୈଶାଖୀର କରାଳ ରୁପକୁ ନେଇ ଆଶଙ୍କାରେ ଲୋକେ, ଦିନକୁ ଦିନ ବଢ଼ିବାରେ ଲାଗିଛି ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା । ଏହାରି ଭିତରେ ଆଜିର ସୂଚନା ମଧ୍ୟ ଚମକାଇଲା ଭଳି ।ବର୍ଷା ଏବଂ ବଜ୍ରପାତ ନେଇ ୮ଟି ଜିଲ୍ଲାକୁ ସତର୍କ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଯାଜପୁର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଆଜି ଅପରାହ୍ନ ୪ଟା ୩୦ ଯାଏଁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।