ଜଣେ ଅସୁସ୍ଥ ତୀର୍ଥଯାତ୍ରୀକୁ ୨ କିଲୋମିଟର କାନ୍ଧରେ ବୋହି ହସ୍ପିଟାଲରେ ପହଞ୍ଚାଇଥିଲେ ଜଣେ ପୋଲିସ ଅଫିସର। ସେହି ପୋଲିସ ଅଫିସର ଜଣଙ୍କ ହେଉଛନ୍ତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ବାରାକୋଟ ପୋଲିସ ଷ୍ଟେସନର ସବ୍-ଇନ୍ସ୍ପେକ୍ଟର ଲୋକେନ୍ଦ୍ର ବହୁଗୁଣା।
ଜଣେ ୫୫ ବର୍ଷୀୟ ତୀର୍ଥଯାତ୍ରୀ ମୃଦୁ ହୃଦଘାତର ଶିକାର ହେବା ପରେ ସେ ତାଙ୍କୁ କାନ୍ଧରେ ବୋହି ୨ କିଲୋମିଟର ଦୂରରେ ପାହାଡ଼ ଉପରେ ଥିବା ଏକ ହସ୍ପିଟାଲରେ ପହଞ୍ଚାଇ ଥିଲେ।ତାଙ୍କର ଏ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।
ଏମିତି ପୋଲିସ ଅଫିସର ମାନଂକ ପାଈଁ ସମସ୍ତେ ଗର୍ବିତ ।