ଦାମ୍ପତ୍ୟ ଜୀବନରେ ଖୁସି ଚାହୁଁଛନ୍ତି କି ଆପଣାନ୍ତୁ ଏହି ଉପାୟ

0

ଦାମ୍ପତ୍ୟ ଜୀବନରେ ଖୁସି ଆଣିବା ଲାଗି ଜୀବନ ସାଥୀଙ୍କ ମନ ବୁଝି କାମ କରିବା ଗୁରୁତ୍ୱପୂର୍ଣ୍ଣ। ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଇର୍ଷା ଦ୍ୱେଷ ଭାବ ଝଡ଼ ଆଣିଥାଏ। ତେଣୁ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଉଭୟ ଜୀବନ ସାଥୀ ଆଡଜଷ୍ଟ୍‌ କରିବା ଆବଶ୍ୟକ ବୋଲି ଆମେରିକା ଭର୍ଜିନିଆ ବିଶ୍ୱ ବିଦ୍ୟାଳୟର ଗବେଷକ ସେମାନଙ୍କର ଗବେଷଣା ରିପୋର୍ଟରେ ସୂଚିତ କରିଛନ୍ତି। ଏନେଇ ଗବେଷକ ବିଶ୍ୱସ୍ତରରେ ୨୦ଟି ରାଷ୍ଟ୍ରର ପ୍ରାୟ ୧୫ ହଜାରରୁ ଅଧିକ ଦମ୍ପତିଙ୍କୁ ଭେଟିଥିଲେ। ୮୦ ପ୍ରତିଶତରୁ ଅଧିକ ଦମ୍ପତି ଦାମ୍ପତ୍ୟ ଜୀବନରେ ଖୁସି ପାଇଁ ପରସ୍ପରର ଭାବନାକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଦାମ୍ପତ୍ୟ ଜୀବନରେ ଟଙ୍କା ପଇସା ଲୋଭ ରହିଲେ ଉଭୟ ସାଥୀଙ୍କ ମଧ୍ୟରେ ଦୂରତା ବଢ଼ିଥାଏ ବୋଲି ସେମାନେ କହିଥିଲେ। ସେହିପରି ୧୦ ପ୍ରତିଶତ ଦମ୍ପତି ଦାମ୍ପତ୍ୟ ଜୀବନରେ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଗୁରୁତ୍ୱ ଦେଇଥିଲେ। ଗବେଷକ ଦମ୍ପତିମାନଙ୍କ ଉତ୍ତର ଆଧାରରେ ରିପୋର୍ଟ ପ୍ରସ୍ତୁତ କରାହୋଇଥିଲା।

Leave A Reply

Your email address will not be published.