ଜଣେ ମହିଳାଙ୍କ ଦୋକାନ ଭାଙ୍ଗି ଚୋରି କରିବା ଅଭିଯୋଗରେ ଶହୀଦନଗର ପୋଲିସ ଗରୁବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାଣିତ୍ରୀ ଅଞ୍ଚଳର କାହ୍ନା ସିଂ(୨୩)। ପଥରବନ୍ଧ ବସ୍ତିରେ ଥିବା ମିନତୀ ମହାପାତ୍ର ନାମ୍ନୀ ମହିଳାଙ୍କ ପାନ ଦୋକାନରୁ ମଙ୍ଗଳବାର ରାତିରେ ଚୋରି ହୋଇଥିଲା। କେହି ଦୁର୍ବୃତ୍ତ ଦୋକାନ ଭାଙ୍ଗି ୨୦୦୦ ଟଙ୍କା ଓ କେତକ ଜିନିଷପତ୍ର ନେଇଥିବା ମିନତୀ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ କାହ୍ନାଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ କାହ୍ନା ଚୋରି କରିଥିବା ସ୍ବୀକାର କରିଥିଲେ।