ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ, ୧୬/୦୯ : ମଣିପୁରର ଜିରିବାମ ଜିଲ୍ଲାର ଲେଇସଙ୍ଗ କୁକି ଗାଁରେ ଏକ ପୁଣି ହିଂସାକାଣ୍ଡ ଘଟିଛି । ଦୁଇଜଣ ଆଦିବାସୀ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି ଏବଂ ଏକାଧିକ ଫାର୍ମହାଉସ୍‌କୁ ନିଆଁ ଲଗାଇ ପୋଡ଼ି ଦିଆଯାଇଛି । ଜିରିବାମ-ତାମେଙ୍ଗଲଙ୍ଗ ସୀମାନ୍ତରେ ଘଟିଥିବା ଏହି ରକ୍ତପାତ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ସହ ସମ୍ବେଦନଶୀଳ ଅଞ୍ଚଳରେ ରହୁଥିବା ସାଧାରଣ ନାଗରିକଙ୍କ ସୁରକ୍ଷା ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି ।