ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର, ୦୨/୦୫ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ ଟାରେ ବୋର୍ଡର ମୁଖ୍ୟାଳୟରେ ପ୍ରକାଶିତ ହେଲା ଫଳ । ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କଲେ ରେଜଲ୍ଟ । ଉନ୍ମୋଚନ କଲେ ରେଜଲ୍ଟ ପୁସ୍ତିକା ।
ବୋର୍ଡର ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ସନ୍ଧ୍ୟା ୬ ଟାରୁ ଉପଲବ୍ଧ ହେବ ରେଜଲ୍ଟ। ମୋବାଇଲରେ ମେସେଜ କରି ରେଜଲ୍ଟ ମଧ୍ୟ ଜାଣି ହେବ। ମୋବାଇଲରେ OR 10 ଲେଖି ସ୍ପେସ ଦେଇ ନିଜର ରୋଲ ନମ୍ବର ଲେଖି 5676750 କୁ ପଠାଇଲେ ପାଇପାରିବେ ରେଜଲ୍ଟ। ଚଳିତ ବର୍ଷ ଇଂରାଜୀ ସହିତ ଓଡ଼ିଆରେ ମାଟ୍ରିକ ସାର୍ଟିଫିକେଟ ଦେବାକୁ ଲକ୍ଷ୍ୟ ରଖିଛି ବୋର୍ଡ। ଚଳିତ ବର୍ଷ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହୋଇଥିଲା ମାଟ୍ରିକ ପରୀକ୍ଷା। ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ରାଜ୍ୟର ୩୦୮୨ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି।