ଭୁବନେଶ୍ୱର, ୦୨/୦୫ : ପୁଅ ଭୁଲିଗଲା ରକ୍ତ ସମ୍ପର୍କ । ରକ୍ତମୁଖା ସାଜିଲା ଜନ୍ମକଲା ପୁଅ । ସାମାନ୍ଯ କଳହରୁ ଶିଳପୁଆରେ ଛେଚି ବାପାଙ୍କୁ ହତ୍ୟା । ଆଠଗଡ଼ ଥାନା ଜାଗିଆପଡା ହରିଜନ ସାହିରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ପିତୃହନ୍ତା ପୁଅକୁ କାବୁ କରି ପୋଲିସ ଜିମାରେ ଦେଲେ ଗ୍ରାମବାସୀ । ଆଠଗଡ଼ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ଗତ ଦୁଇବର୍ଷ ମଧ୍ୟ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଋଣ ସୁଝିବା ପାଇଁ ଟଙ୍କା ନଦେବାରୁ ନାରକୀୟ କାଣ୍ଡ । ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ । ଏନେଇ ସୂଚନା ଦେଇଥିଲେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ। ଋଣ ଟଙ୍କା ସୁଝିବାକୁ ବାପାଙ୍କ ସହ ପୁଅର ଗଣ୍ଡଗୋଳ ହୋଇଥିଲା ପୁଅ ମାଗିଥିବା ଟଙ୍କା ନଦେବାରୁ ହତ୍ୟା କରାଯାଇଥିଲା । ଘଟଣାସ୍ଥଳରୁ ପୋଲିସ୍ ଛୁରି ଏବଂ ରକ୍ତଲଗା କପଡା ଜବତ କରିଥିଲା । ଅଭିଯୁକ୍ତକୁ ଗିରଫ କରି ଅଧିକ ଖୋଳତାଡ ଚାଲିଥିଲା । ଭାରତୀୟ ନ୍ୟାୟ ସଂହିତା ଅନୁସାରେ ମାମଲା ରୁଜୁ ହୋଇଥିଲା ।