ନଭେମ୍ବର ୧ରୁ ମହଙ୍ଗା ହେବ କ୍ଷୀର: ଲିଟର ପିଛା ୮ ଟଙ୍କା ବଢ଼ାଇଲେ ସରକାର

ଭୁବନେଶ୍ୱର, ୩୦/୧୦ : ଅକ୍ଟୋବର ଶେଷରେ ପୁଣି ମହଙ୍ଗା ମାଡ଼ରେ ଘାଣ୍ଟି ହେବେ ସାଧାରଣ ଲୋକ। କ୍ଷୀର ଦର ବୃଦ୍ଧିକୁ ନେଇ ଆସିଛି ବଡ଼ ଖବର। କର୍ଣ୍ଣାଟକ ସରକାର ନନ୍ଦିନୀ କ୍ଷୀରର ମୂଲ୍ୟ ଲିଟର ପିଛା ୮ ଟଙ୍କା ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି। ନଭେମ୍ବର ୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ। ଏହାଦ୍ୱାରା କ୍ଷୀର କିଣିବା ପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।