ମହାକାଳପଡ଼ା, ୧୯/୧୧ : ମହାକାଳପଡ଼ା ତହସିଲ ଅଧୀନ ତିଖିରି ରାଜସ୍ବ ସର୍କଲ ଅନ୍ତର୍ଗତ ସଦର ତିଖିରି ରେ ବନ୍ତ ପଡିଆ ଆଖ ପାଖ ସରକାରୀ ଜମି କୁ ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକେ ଜବର ଦଖଲ କବ୍ଜା ରେ ରଖିଥିଲେ l ସାଧାରଣ ରେ ଯାତାୟତ ବ୍ୟାହତ ଉତ୍ତମ ପରିବେଶ ନେଇ ଆଗତ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଜବର ଦଖଲ ଉଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ l ଯାହାନେଇ ଚଳିତ ବର୍ଷ ମେ ୧ରେ ଉଛେଦ କାର୍ଯ୍ୟ ନେଇ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଂଚିବା ପରେ ସ୍ଥାନୀୟ ସରପଞ୍ଚ ଓ କିଛି ସହଯୋଗୀ ଉଛେଦ କୁ ବିରୋଧ କରି ପାଟିତୁଣ୍ଡ କରିଥିଲେ l ପରବର୍ତ୍ତୀ ସମୟ ରେ ବିରୋଧ କାରି ମାନେ ସମ୍ପୂର୍ଣ୍ଣ ଘଟଣାକୁ ସାମାଜିକ ଗଣମାଧ୍ୟମ ରେ ଅପଲୋଡ଼ କରିଥିଲେ l ମାତ୍ର ବିଳମ୍ବତା ନେଇ ଉଚ୍ଚ ନ୍ୟାୟାଳୟ ର ପରବର୍ତ୍ତୀ ନିର୍ଦ୍ଦେଶ କ୍ରମେ ତହସିଲ କର୍ତ୍ତୃପକ୍ଷ ଗାଁ ର ୧୨୪ ଜବରଦଖଲ କାରୀଙ୍କୁ ପୁନଃ ନୋଟିସ ଜାରି କରାଇଥିଲେ l ନୋଟିସ ପରେ କିଛି ସଚେତନ ଧର୍ମୀ ଜବରଦଖଲ କାରି ନିଜେ ନିଜେ ସରକାରୀ ଜମିକୁ ଜବର ଦଖଲ ମୁକ୍ତ କରାଉଥିବା ବେଳେ ଆଉ କିଛି ଗାଲେଇ ଯାଇଥିଲେ l ତଦନୁଯାୟୀ ମଙ୍ଗଳ ବାର ନଭେମ୍ବର ୧୭ରେ ବୁଲ ଡୋଜର, ମାର୍ଶାଘାଈ ପୋଲିସ ଅଧିକାରୀ,ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଦୁଇ ମାଜିଷ୍ଟ୍ରେଟ ଭାବେ ଦୁଇ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳ ରେ ପହଂଚିଥିଲେ l ଜବର ଦଖଲ ଉଛେଦ କାରି ଟିମ ବିଳମ୍ବିତ ପ୍ରହର ରେ ତିଖିରି ରେ ପହଂଚି ଥିଲେ ବି ବିନା ବାଧା ବିଘ୍ନ ରେ ସନ୍ଧ୍ୟା ପର୍ଯ୍ୟନ୍ତ ଉଛେଦ ପ୍ରକ୍ରିୟା ଜାରି ରଖିଥିଲେ l ପୂର୍ବଥର ଉଛେଦ କୁ ବିରୋଧ କରିଥିବା ବ୍ୟକ୍ତି ମାନେ ମଙ୍ଗଳବାର ଉଛେଦ ସମୟରେ ଘଟଣାସ୍ଥଳ ରେ ଉପସ୍ଥିତ ରହି ନିରବଦ୍ରଷ୍ଟା ସାଜିଥିବାର ଦେଖିବାକୁ ମିଳିଛି l ତେବେ ଦେଖିବାକୁ ବାକି ରହିଲା ଶୃଙ୍ଖଳା ପୂର୍ଣ୍ଣ ଆଇନଗତ ଜବର ଦଖଲ ଉଛେଦ ର କେବେ ଅନ୍ତିମ ଘଟିବ l