ମହାକାଳପଡ଼ା, ୧୯/୧୧ : ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ର /ଛାତ୍ରୀ ଙ୍କ ସମସ୍ୟା ସମାଧାନ ପାଇଁ ଛାତ୍ର ସଂସଦ ଜରିଆରେ ଛାତ୍ର /ଛାତ୍ରୀ ଉପଯୁକ୍ତ ପ୍ରତିନିଧି ନିର୍ବାଚିତ କରିଥାନ୍ତି l ମାତ୍ର କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟ ରେ ନିର୍ବାଚିତ ଛାତ୍ର ପ୍ରତିନିଧି ଆଜି ସେହି ଛାତ୍ର ଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି l ଯେପରି ସମ୍ପୃକ୍ତ ମହାବିଦ୍ୟାଳୟ ରେ ଇଣ୍ଟରନାଲ ପରୀକ୍ଷା ଚାଲୁଥିବା ବେଳେ ଛାତ୍ର ସଂସଦ ନିର୍ବାଚିତ ପ୍ରତିନିଧି ମହାବିଦ୍ୟାଳୟ ରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛନ୍ତି l ଏପରିକି ଦ୍ୱିତୀୟ ସିଟିଂ ପରୀକ୍ଷା ଦେବାକୁ ଆସିଥିବା ଛାତ୍ର /ଛାତ୍ରୀ ନିରାଶ ହୋଇ ଘରକୁ ଫେରିଛନ୍ତି l ସଦ୍ୟ ସମାପ୍ତ ଛାତ୍ର ସଂସଦ ର ନିର୍ବାଚିତ ପ୍ରତିନିଧି ମାନେ କିଛି ସମର୍ଥକ ସହିତ ମହାବିଦ୍ୟାଳୟ ପରିସର ରେ ଅଧ୍ୟକ୍ଷ ଙ୍କ ସହିତ କିଛି ସମସ୍ୟା ନେଇ ଅଧ୍ୟକ୍ଷ ଙ୍କ ସହିତ ଆଲୋଚନା କରିବାକୁ ଯାଇ ପରୀକ୍ଷାର୍ଥୀ ଙ୍କ ପଥ ଓଗାଳିଥିଲେ l ଯାହାନେଇ +୩ କଳା ର ଦ୍ୱିତୀୟ ବର୍ଷ ର ଛାତ୍ର /ଛାତ୍ରୀ ଙ୍କ ପରୀକ୍ଷା ନିମନ୍ତେ ଉଦ୍ଦିଷ୍ଟ ହଲଗୁଡିକୁ ବନ୍ଦ ରଖି, ପରୀକ୍ଷାର୍ଥୀ ଙ୍କୁ ବାହାରେ ଠିଆ କରାଇଦେଇଥିଲେ ନିର୍ବାଚିତ ପ୍ରତିନିଧି l ଦୀର୍ଘ ସମୟ ଧରି ପରୀକ୍ଷାର୍ଥୀ ମାନେ ହଲ ନିକଟରେ ଅପେକ୍ଷା କରିବା ପରେ ଘରକୁ ଫେରିଥିଲେ l ଶତାଧିକ ପରୀକ୍ଷାର୍ଥୀ ପରୀକ୍ଷା ରୁ ବଂଚିତ ହେବା ପରେ ଅଶାନ୍ତି ପ୍ରକଟ କରିଥିଲେ l ନିର୍ବାଚିତ ଛାତ୍ର ସଂସଦ ପ୍ରତିନିଧି ମାନେ ମଧ୍ୟାହ୍ନ ପରେ ମହାବିଦ୍ୟାଳୟ ପରିସର ରେ ନିଜର ପତିଆରା ଦେଖାଇବାକୁ ଯାଇ ଛାତ୍ର /ଛାତ୍ରୀଙ୍କ ଭବିଷ୍ୟତ କୁ ଅନ୍ଧକାର ମଧ୍ୟକୁ ଠେଲିବା ପଛରେ ମହାବିଦ୍ୟାଳୟ ର ଅଧ୍ୟାପକ / ଦଳୀୟ ସମର୍ଥିତ ରାଜନୈତିକ ବ୍ୟକ୍ତି ମାନଙ୍କ ର ହାତ ଥାଇପାରେ ବୋଲି ସନ୍ଦେହ ପ୍ରକଟ ହେଉଛି l