କୁମ୍ଭୀର ଆକ୍ରମଣ ଫଳରେ ଯୁବକ ଗୁରୁତର

ମହାକାଳପଡ଼ା, ୧୯/୧୧ : ମହାକାଳପଡ଼ା ବନାଞ୍ଚଳଅଧିକାରୀଙ୍କ କାର୍ଯ୍ୟାଳୟ, ଅନ୍ତର୍ଗତ ଜମ୍ବୁ ରାଜସ୍ବ ଗାଁ ର ଧର୍ମପଦ ମଣ୍ଡଳ ମଙ୍ଗଳ ବାର ନଦୀ ରେ ଶୌଚ ହେବା ବେଳେ କୁମ୍ଭୀର ଆକ୍ରମଣ ର ଶୀକାର ହୋଇଥିଲେ l ତାଙ୍କର ହାତ କାମୁଡି ଦେଇଥିବା ବେଳେ ସେ ଜୀବନ ସୁରକ୍ଷା ନେଇ କୁମ୍ଭୀର ସହିତ ଲଢେଇ କରି ବର୍ତ୍ତୀ ଯାଇଛନ୍ତି l ଉଲ୍ଲେଖ ଥାଉକି ତାଙ୍କର ଦୁଇ ହାତରେ କୁମ୍ଭୀର କାମୁଡ଼ିଦେବାରୁ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ କୁ ନେଇଥିଲେ l ଡାକ୍ତର ତାଙ୍କର ଦୁଇ ହାତରେ ଆଠ ରୁ ଅଧିକ ଷ୍ଟିଚ ପକାଇଥିବାର ଜଣାପଡିଛି l ସ୍ଥାନୀୟ ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ ନଦୀ ଘାଟ, ତୁଠ ରେ ସଚେତନ ଧର୍ମୀ ଫଳକ ଲାଗିବା ସହିତ ଅନେକ ସମୟରେ ହିଂସ୍ର ଠାରୁ ଦୂରେଇରହିବାକୁ ସଚେତନତା ସୃଷ୍ଟି କରାଯାଉଛି l କୁମ୍ଭୀର ଭରା ନଦୀରେ ସ୍ନାନ ଓ ଶୌଚ ପାଇଁ ଯିବାକୁ ବାରଣ ଥାଇବି ଲୋକେ ଜାଣି ଶୁଣି ବିପଦ ରେ ପଡୁଥିବାର ବୁଦ୍ଧିଜୀବୀ ମାନେ କହନ୍ତି l