ମହାକାଳପଡ଼ା, ୨୧/୦୪ : ସୋମବାର ସକାଳ ୮ ଘଟିକାରେ ପବିତ୍ର ଅକ୍ଷୟ ତୃତୀୟl ପର୍ବ ଉପଲକ୍ଷେ ଶ୍ରୀବଳଦେବଜୀଉ ଚଷା ସଂଗଠନ ତରଫରୁ ମହାକାଳପଡା ବ୍ଲକ, ମଙ୍ଗଳପୁର ପଞ୍ଚାୟତ ବନ୍ଧପଡା ଗ୍ରାମରେ ଆଖିମୁଠି କାର୍ଯ୍ୟକ୍ରମ ଧୂମଧାମରେ ପାଳିତ ହୋଇଛି l ଆଜିଅକ୍ଷୟ ତୃତୀୟl ପବିତ୍ର ଦିନରେ ଚାଷୀପୁଅ ତାର ଧାନବିହନ ଅନୁକୁଳ କରି ଜମିରେ ପକାଏ. ଏହି ପରିପ୍ରେକ୍ଷୀରେ ଆମସଂଘଠନ ପକ୍ଷରୁ ସଙ୍ଘଠନର ଉପଦେଷ୍ଠା ଭୀମସେନ ବେହେରା ଶତାଧିକ ଚାଷୀ ମାନଙ୍କ ଉପସ୍ଥିତରେ ମୁଠି ଅନୁକୂଳ କରିଥିଲେ ଶେଷରେ ସଂଘଠନର ସଭାପତି ଅଭୟ କୁମାର ପରିଡାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା ପ୍ରଥମେ ଉଦବୋଧନ ଦେଇ ସଂଘଠନର ସମ୍ପାଦକ ନରୋତ୍ତମ ପାର୍ଥସାରଥୀ ଆଜି ଦିନର ଉଦେଶ୍ୟ ଉପରେ କହିଲେ ଚାଷୀମାନଙ୍କର ମହାନ ପର୍ବ ଅକ୍ଷୟ ତୃତୀୟା ପର୍ବ ପ୍ରତିବର୍ଷଭଳି ଏବର୍ଷ ଧୂମାଧାମରେ ପାଳିତ ହେଉଛି ଆଜି ସଂଘଠନର ଚାଷୀଭାଇ ପ୍ରଥମେ ବିଲକୁ ହଳକରି ଧାନ ବିହନ ବିଲରେ ବୁଣିଲେ l ଆଶା ଏବର୍ଷ ଅଧିକ ଧାନ ଅମଳର ହେବ.ଆମ ଅଞ୍ଚଳର ଜଳସେଚନର ସୁବିଧା ନାହିଁ, ଚାଷୀ ପ୍ରକୁତି ଉପରେ ଭାରସାକରୀ ଚାଷ କରନ୍ତି. ବାତ୍ୟା, ବନ୍ୟା ଓ ମରୁଡି ପ୍ରପୀଡ଼ିତା ଅଞ୍ଚଳ.କିନ୍ତୁ ଯେତେ ବାଧା ବିଘ୍ନ ଆଶୁ ଚାଷୀ କେବେ ଭାଙ୍ଗି ପଡ଼ିନାହିଁ ସେ ହେଉଛି ଅନ୍ନ ଦାତା ସମସ୍ତଙ୍କ ମୁଖରେ ହସଫୁଟାଇବା ପାଇଁ ମାଟିର ମଣିଷ ପାଳଟିଯାଏଁ ଚାଷ ଅଛି ଯାହାର କି ଆନନ୍ଦ ତାର, ସେଥିପାଇଁ ନିଜର ଲୁହ ଲହୁ ଢାଳି ଅଜସ୍ର ପରିଶ୍ରମକରି ଚାସକରେ କିନ୍ତୁ ଦୁଃଖର କଥା ଅମଳକରିଥିବା ଫସଲକୁ ଠିକ ଭାବେନିର୍ଧାରୀତ ସମୟରେ ବିକ୍ରିକରି ପାରେନାହିଁ.କି ଉପଯୁକ୍ତ ମୂଲ୍ୟ ପାଏ ନାହିଁ. ତଥାପି ଚାଷକୁ ବନ୍ଦ କରିନାହିଁ l ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଠା ସଚ୍ଚିଦାନନ୍ଦ ପରିଡା, ନଳିନୀ କାନ୍ତ ବେହେରା ଉପସଭାପତି ଅଜୟ କୁମାର ସ୍ୱାଇଁ, ବିଚିତ୍ର କୁମାର ରାଉତ, ଉମାକାନ୍ତ ସ୍ୱାଇଁ, ସୁଧାକର ବେହେରା, ହେମନ୍ତ କୁମାର ପାଇଟାଳ,ସତିଆ ବେହେରା ସୁରେନ୍ଦ୍ର ବେହେରା ସୁବାସ ଚନ୍ଦ୍ର ପରିଡା, କୁଳମଣି ରାଉତ, ପୂର୍ଣ୍ଣ ଚନ୍ଦ୍ର ସେନାପତି ବାଇଧର ରାଉତ ହରେକୃଷ୍ଣ ରାଉତ ଆର୍ତ୍ତବନ୍ଧୁ ବେହେରା ବୀରବର ସ୍ୱାଇଁ, ଟୁକୁନା ବେହେରା ଓ ମାନସ କୁମାର ବେହେରା ବକ୍ତବ୍ୟ ପ୍ରଦାନ କରିଥିଲେ l