ମହାକାଳପଡ଼ା, ୨୧/୦୪ : ମହାକାଳପଡ଼ାସ୍ଥିତ ବସ ଷ୍ଟାଣ୍ଡ ନିକଟରୁ ସୋମବାର ସକାଳେ ଏକ ଆହତ ହରିଣ କୁ ଉଦ୍ଧାର କରାଯାଇ ବନ ବିଭାଗ ପକ୍ଷରୁ ଚିକିତ୍ସା କରାଯାଉଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ସୋମବାର ସକାଳ ପ୍ରାୟ ୯ଟା ସମୟରେ ମାର୍ଶାଘାଇ – ଜମ୍ବୁ ପୂର୍ତ୍ତ ବିଭାଗ ରାସ୍ତା ର ମହାକାଳପଡ଼ା ବସ ଷ୍ଟାଣ୍ଡ ନିକଟରେ ଏକ ହରିଣଟିର ପାଟିରୁ ରକ୍ତ ସ୍ରାବ ହେବା ସହ ଯନ୍ତ୍ରଣାରେ ଛଟପଟ ହେଉଥିବାର ଲୋକେ ଦେଖିଥିଲେ l ସେହି ସମୟରେ ମହାକାଳପଡ଼ା ଗ୍ରାମର ଅବିନାଶ ମଲ୍ଲିକ ମା ରାମଚଣ୍ଡୀ ଠାକୁରାଣୀ ଙ୍କ ଦର୍ଶନ ସlରି ଫେରୁଥିବା ବେଳେ ଉକ୍ତ ଆହତ ହରିଣ ଟିକୁ ଦେଖି ଜମ୍ବୁ ବନ ବିଭାଗ କୁ ଖବର ଦେଇ ଥିଲେ, l ଖବର ପାଇ ଜମ୍ବୁ ବନବିଭାଗ ର ଫରେଷ୍ଟର ନିର୍ମଳ ଚନ୍ଦ୍ର ନାୟକ, ୱାଚର ରଂଜିତ ସ୍ୱାଇଁ, ସାଧନ ମଣ୍ଡଳ, ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଆହତ ହରିଣ ଟିକୁ ଉଦ୍ଧାର କରି ଜମ୍ବୁ ବନ ବିଭାଗ କାର୍ଯ୍ୟାଳୟ କୁ ଅଣିଥିଲେ l ସେଠାରେ ମହାକାଳପଡ଼ା ପ୍ରାଣୀ ଚିକିତ୍ସକମନୋଜ ଦାସଙ୍କ ପରାମର୍ଶ କ୍ରମେ ଆହତ ହରିଣ ଟିକୁ ଆବଶ୍ୟକୀୟ ଇଞ୍ଜେକ୍ସନ, ଔଷଧ ଦିଆଯାଇ ଚିକିତ୍ସା କରାଯଉଛି l ତେବେ ହରିଣ ଟିର ସ୍ୱାସ୍ଥ୍ୟଅବସ୍ଥାରେ ଉନ୍ନତି ଆସୁଛି ବୋଲି ଫରେଷ୍ଟର ଶ୍ରୀ ନାୟକ ପ୍ରକାଶ କରିଛନ୍ତି l କିଭଳି ବନ୍ୟ ଜୀବ ତି ଆହତ ହେଲା, ବାସ ସ୍ଥଳୀ ଛାଡି ଏହା କେଉଁ ସ୍ଥିତିରେ ବସଷ୍ଟାଣ୍ଡ ନିକଟ କୁ ଆସିଲl, ଅନେକ ସମୟରେ ବନ୍ୟ ଜୀବ ଜନଵସତି ମୁହାଁ ହେବାର କାରଣ ଏନେଇ ଅନୁସନ୍ଧାନ ହେବାକୁ ପ୍ରକୃତି ପ୍ରେମୀ ଦାବିକରନ୍ତି l