ମହାକାଳପଡ଼ା, ୧୨/୦୫ : ଦକ୍ଷିଣ ଉପକୂଳ ରେ ପ୍ରଭାସ କ୍ଷେତ୍ର ରେ ସୋମ ଙ୍କ ପତି ସୋମନାଥ ଙ୍କ ମନ୍ଦିର ରେ ଧାର୍ମିକ ଚେତନା ନିରନ୍ତର ଜୀବନ୍ତ ରହିଛି, l ସହନଶୀଳତା ଏବଂ ସ୍ୱାଭିମାନ ର ପରମ୍ପରା କୁ ଶତାବ୍ଦୀ ଶତାବ୍ଦୀ ଧରି ଆସ୍ଥା ଏବଂ କ୍ଷମତାର ମିଳନ ବିନ୍ଦୁ ରେ ସୋମନାଥ ମନ୍ଦିର ଅବସ୍ଥିତ ରହିଛି lମନ୍ଦିର ଆକ୍ରମଣ ର ଏକ ହଜାର ବର୍ଷ ଏବଂ ସ୍ୱାଧୀନତା ପରେ ପୁନଃନିର୍ମିତ ମନ୍ଦିର ଉଦଘାଟନର ପଞ୍ଚସ୍ତରୀ ବର୍ଷ ରେ ସୋମନାଥ ସ୍ୱାଭିମାନପର୍ବ ପାଳନ କରୁଛି ଭାରତ l ,ମନ୍ଦିରକୁ ଧ୍ବଂସ କରାଯାଇଥିଲେ ଵି ସ୍ମୃତି ଅମର ରହିଛି, ସୋମନାଥ ସ୍ୱାଭିମାନ ର ପ୍ରତୀକ l ଯାହା ଏକ ଜୀବନ୍ତ ଐତିହ ଏବଂ ଏକ ଜୀବନ ତୀର୍ଥ ବୋଲି ମହାକାଳପଡ଼ା ବ୍ଲକ ବଳିପାଳ ପଂଚାୟତ ର କଳପଡା ସ୍ଥିତ ନୀଳକଣ୍ଠେଶର ମନ୍ଦିର ପରିସରରେ ରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ରେ ମୁଖ୍ୟ ଅତିଥି ଭାବେ ମାନନୀୟ ସଂସ୍କୃତି, ଉଚ୍ଚ ଶିକ୍ଷା ବିଭାଗ ର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ ମତ ବ୍ୟକ୍ତ କରିଛନ୍ତି, l ସେହିପରି ଭଗବାନ ଶିବଙ୍କ ସହ ଜଡିତ ପ୍ରତୀକ ଅର୍ଦ୍ଧଚନ୍ଦ୍ର ହେଉଛନ୍ତି ମନର ଶାନ୍ତି, ସମୟ ର ତାଳ ଏବଂ ପୂର୍ଣ୍ଣ ସଜାଗତା, ଜଟା ହେଉଛି ତପ, ସଂଯମ ଏବଂ ଆଧ୍ୟାତ୍ମିକ ଶକ୍ତି, ନାଗ ହେଉଛନ୍ତି ବୈରାଗ୍ୟ ଆଧ୍ୟାତ୍ମିକ ଅନୁଶାସନ ଏବଂ ମାନବ ଚେତନା ର ବ୍ରହ୍ମାଣ୍ଡ ସହିତ ସାମଞ୍ଜସ୍ୟ ଆଉ ଡମ୍ବରୁ ହେଉଛି ସେହି ନାଦ ର ପ୍ରତୀକ l ଯେଉଁଥିରୁ ସୃଷ୍ଟି ଏବଂ ଭାଷା ର ଉଦ୍ଭବ ହୁଏ ବୋଲି କହିଥିଲେ,ସ୍ଥାନୀୟ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଡ଼ ଦୁର୍ଗା ପ୍ରସନ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ l ୧୧ ମଇ ୧୯୫୧ ମସିହା ରେ ତତକାଳୀନ ରାଷ୍ଟ୍ରପତି ଡ଼ଃ ରାଜେନ୍ଦ୍ର ପ୍ରସାଦ ଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିବା ପ୍ରାଣ -ପ୍ରତିଷ୍ଠା ସମାରୋହ ସ୍ପଷ୍ଟ କରିଥିଲେ ମୁଖ୍ୟ ବକ୍ତା l
ସୋମନାଥ କୌଣସି ଏକ ଅଞ୍ଚଳ କିମ୍ବା ସମ୍ପ୍ରଦାୟର ନୁହେଁ ବରଂ ରାଷ୍ଟ୍ରର ମିଳିତ ସାଂସ୍କୃତିକ ସ୍ମୃତିର ଏକ ଅଙ୍ଗ ଅଟେ lସେହିପରି ସୋମନାଥ ମନ୍ଦିରର ପୁନଃସ୍ଥାପନ ରୁ ଉତ୍ତରଦାୟିତ୍ୱ ପର୍ଯ୍ୟନ୍ତ ଏବଂ ସ୍ୱାଧୀନ ଭାରତ ର ସଂକଳ୍ପ ସମ୍ପର୍କ ରେ ବିଧାୟକ ଡ଼ ନାୟକ ମତ ରଖିଥିଲେ lସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆର. ରଘୁରାମ ଆୟାର, ସାଂସଦ ଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠି, ଉପ ଜିଲ୍ଲାପାଳ ଅରୁଣ ନାୟକ, ମହାକାଳପଡ଼ା ବ୍ଲକ ବିଡ଼ିଓ ତଥା ତହସିଲଦାର ରବିନାରାୟଣ ଆଚାର୍ଯ୍ୟ,ମହାକାଳପଡ଼ା ପଂଚାୟତ ସମିତି ଅଧ୍ୟକ୍ଷା ମିରାରାଣୀ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ ପ୍ରମୁଖ ସୋମନାଥ ସ୍ୱାଭିମାନ ପର୍ବ ସମ୍ପର୍କ ରେ ଅଭିଭାଷଣ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର,ବଳିପାଳ ଗ୍ରାମ ପଂଚାୟତ ର ସରପଞ୍ଚ ରଶ୍ମୀକାନ୍ତ ପଲେଇ, ସମିତିସଭ୍ୟ ବ୍ରଜସୁନ୍ଦର ରାଉତ,ନାରୀନେତ୍ରୀ ଗୀତାଞ୍ଜଳି ସେଠି, ସମାଜସେବୀ କୃଷ୍ଣଚନ୍ଦ୍ର ପଣ୍ଡା, ସମାଜସେବୀ ସୁନାକାର ବେହେରା, କୁମରକାନ୍ତ ମହାନ୍ତି,ପ୍ରଶାନ୍ତ ସେଠି, ସରୋଜକାନ୍ତ ସାହୁ,ଜୀବନାନନ୍ଦ ସାହୁ,ବିକ୍ରମାଦିତ୍ୟ ସାହୁ,ପ୍ରଜ୍ଞାପରମିତା କର, ୧୯ ନଂ ବିଜେପି ସଭାପତି ମାନସ ମହାନ୍ତି, ୨୨ ନଂ ଜୋନ ସଭାପତି ପବିତ୍ର ଚୌଧୁରୀ, ୨୩ ନଂ ଜୋନ ସଭାପତି ତ୍ରିଲୋଚନ ରାଉତ,ଇଂ ରୁଦ୍ରନାରାୟଣ ମୁଦୁଲି, ଇଂ ଚନ୍ଦ୍ରକାନ୍ତ ସ୍ୱାଇଁ,ରାମଚନ୍ଦ୍ର ରାଉତ, ଶରତ ମହାନ୍ତି, ଅଭୟ ପରିଡା,ବଣ୍ଟି ଦେବନାଥ, ବିଚିତ୍ର ପାଳ, ସରପଞ୍ଚ ପ୍ରମୋଦ ଦାସ, ଓ ଚାମେଲୀ ଓଝା ପ୍ରମୁଖ ଉପସ୍ଥିତ ଥିଲେ lକାର୍ଯ୍ୟକ୍ରମ କୁ ଯୋଗଗୁରୁ ସଞ୍ଜୟ କୁମାର ମଥାନ ସଂଚାଳନ କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ ପରିଡା ପରିଚାଳନା କରିଥିଲେ l