ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା : ଆଜି ୧୬ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର, ୨୦/୦୭ : ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ରାଜ୍ୟରେ କିଛି ଜିଲ୍ଲାକୁ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସମେତ ଅନ୍ୟ କିଛି ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି ହୋଇଛି । କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା । ରଥଯାତ୍ରାକୁ ନେଇ ପୁରୀ ପାଇଁ ମଧ୍ୟ ସ୍ୱତନ୍ତ୍ର ପାଣିପାଗ ସୂଚନା ଜାରି ହୋଇଛି । ତାପମାତ୍ରା ୩୨ରୁ ୩୪ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ । ବଜ୍ରପାତ ସମୟରେ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଗତ ୨୪ ଘଣ୍ଟାରେ ନୟାଗଡ଼ ଭାପୁରରେ ସର୍ବାଧିକ ୯୮.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । କଳାହାଣ୍ଡି ଗୋଲାମୁଣ୍ଡାରେ ୮୪ ମିଲିମିଟର, ବରଗଡ଼ ପଦମପୁରରେ ୮୨ ଏବଂ ପାଇକମାଳରେ ୭୮ ମିଲିମିଟର ବର୍ଷା ହୋଇଛି।ଜୁନ୍ ୧ରୁ ଜୁଲାଇ ୧୯ ଯାଏଁ ରାଜ୍ୟର ମୋଟ ବର୍ଷା ୪୬୩.୮ ମିଲିମିଟର ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷା ୪୦୫.୫ ମିଲିମିଟର ତୁଳନାରେ ୧୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ସୋନପୁରରେ ୧୦୨ ପ୍ରତିଶତ ଏବଂ ବରଗଡ଼ରେ ୬୧ ପ୍ରତିଶତ ଅଧିକ ବର୍ଷା ହୋଇଛି । କନ୍ଧମାଳରେ ୬୬, କେନ୍ଦ୍ରାପଡ଼ାରେ ୭୬ ଏବଂ ଜଗତସିଂହପୁରରେ ୬୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।

SBI AD