ଦିଲ୍ଲୀ ମହିଳାଙ୍କ ପାଇଁ ବଡ଼ ଖବର , ‘ଲକ୍ଷ୍ମୀ ଯୋଜନା’ରେ ମିଳିବ ମାସକୁ ୨୫୦୦ ଟଙ୍କା

ନୂଆଦିଲ୍ଲୀ, ୦୪/୦୮ : ଦିଲ୍ଲୀର ମହିଳାଙ୍କୁ ପ୍ରତି ମାସରେ ମିଳିବ ୨୫୦୦ ଟଙ୍କାର ଆର୍ଥିକ ସହାୟତା । ‘ଦିଲ୍ଲୀ ଲକ୍ଷ୍ମୀ ଯୋଜନା’ ଅଧୀନରେ ଯୋଗ୍ୟ ମହିଳାମାନେ ପାଇବେ ଏହି ସୁବିଧା । ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ଦିଲ୍ଲୀ ସରକାରଙ୍କ ନୂଆ ଯୋଜନା ‘ଦିଲ୍ଲୀ ଲକ୍ଷ୍ମୀ ଯୋଜନା’କୁ ନେଇ ମହିଳାଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ । ଏହି ଯୋଜନାରେ ଯୋଗ୍ୟ ମହିଳାଙ୍କୁ ପ୍ରତି ମାସ ୨୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ । ଯୋଜନାର ଲାଭ ପାଇବା ପାଇଁ ମହିଳାଙ୍କୁ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ । ଏଥିପାଇଁ ଆବେଦନ ପୋର୍ଟାଲ ଆରମ୍ଭ କରାଯାଇଛି । ରେଜିଷ୍ଟ୍ରେସନ୍‌ ପରେ ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ଦେଇ ଆବେଦନ ପ୍ରକ୍ରିୟା ପୂରଣ କରିହେବ ।

 

SBI AD