ଭୁବନେଶ୍ୱର, ୦୮/୦୪ : ଗଞ୍ଜେଇ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସ ଏକ ବିଶାଳ ସଫଳତା ହାସଲ କରିଛି। ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମରେ ଚଢ଼ାଉ କରି ପୋଲିସ ପ୍ରାୟ ୨.୮ ଟନ୍ ଗଞ୍ଜେଇ ଜବତ କରିଛି । ଗତକାଲି ଭୋର ସମୟରେ ଆର୍. ଉଦୟଗିରି ଏସଡିପିଓ ରାକେଶ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମ ନିକଟସ୍ଥ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଏହି ସର୍ଚ୍ଚ ଅପରେସନ ଚଲାଇଥିଲା । ଏହି ସର୍ଚ୍ଚ ଅପରେସନ ସମୟରେ ଲୁଚାଇ ରଖାଯାଇଥିବା ମୋଟ ୧୧୩ଟି ପ୍ଲାଷ୍ଟିକ୍ ବ୍ୟାଗ ଜବତ କରାଯାଇଥିଲା। ଏହାକୁ ଖୋଲିବା ପରେ ପୋଲିସ ଟିମ୍ ତାଜୁବ ହୋଇଯାଇଥିଲା । ବ୍ୟାଗଗୁଡ଼ିକ ଭିତରକୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାୟନ କରିଥିବାବେଳେ, ସେମାନଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି।