ଭଗବାନ ଶ୍ରୀକୃଷ୍ଣଙ୍କ ମସ୍ତକରେ ମୟୂରପୁଚ୍ଛ ଶୋଭା ପାଇଥାଏ, ତେଣୁ ଏହାକୁ ଅତି ପବିତ୍ର ବୋଲି ସମସ୍ତଙ୍କ ବିଶ୍ୱାସ ରହିଛି। ଏହା ବ୍ୟତୀତ ରାମକଥାରେ ଲେଖାଯାଇଛି ଯେ, କୌଣସି ବି ପବିତ୍ର କାର୍ଯ୍ୟରେ ଏହାର ବ୍ୟବହାର କରାଗଲେ ତୁରନ୍ତ ସୁଫଳ ମିଳିଥାଏ। ମୟୂରପୁଚ୍ଛର ଅନେକ ଶୁଭ ଲକ୍ଷଣ ରହିଛି ବୋଲି ଜ୍ୟୋତିଷମାନେ କହିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୟୁରପୁଚ୍ଛ ନବ ଗ୍ରହଙ୍କ ପ୍ରତିନିଧି ବୋଲି କୁହାଯାଏ। ସେହିପରି ଆସନ୍ତୁ ଜାଣିବା ମୟୂରପୁଚ୍ଛର କିଛି ବ୍ୟବହାର ଯାହା ଧନସମ୍ପତି ବୃଦ୍ଧି ସହ ବିଭିନ୍ନ ଅଟକିଥିବା କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ସାହାଯ୍ୟ କରିଥାଏ।
ଛୁଆଙ୍କୁ ଖରାପ ନଜରରୁ ବଞ୍ଚାନ୍ତୁ : ଛୁଆମାନଙ୍କର ବେକରେ କିମ୍ବା ଅଣ୍ଟାରେ ବନ୍ଧା ରହିଥିବା ତାବିଜ କିମ୍ବା ଡେଉଁରିଆରେ ମୟୂରପୁଚ୍ଛ ବାନ୍ଧିବା ଦରକାର, ଯାହା ଛୁଆମାନଙ୍କୁ ଖରାପ ନଜରରୁ ରକ୍ଷା କରିଥାଏ।
କାଳସର୍ପ ଯୋଗ ଦୂର କରିବା ପାଇଁ : ଆପଣଙ୍କ ଜାତକରେ କାଳସର୍ପ ରହିଥିଲେ, ଆପଣ ୭ଟି ମୟୂରପୁଚ୍ଛ ଦୈନନ୍ଦିନ ବ୍ୟବହାର କରୁଥିବା ତକିଆ ଭିତରେ ରଖିଦିଅନ୍ତୁ। ଏହା ବ୍ୟତୀତ ଘରର ପଶ୍ଚିମ ଭାଗରେ ୧୧ଟି ମୟୂରପୁଚ୍ଛ କାନ୍ଥରେ ଲଗାଇଦଅନ୍ତୁ। ନିଶ୍ଚୟ ସୁଫଳ ମିଳିବ।
ଛୁଆଙ୍କ ଜିଦି ଦୂର କରିବା ପାଇଁ : ଅପଣଙ୍କ ଛୁଆମାନେ ଯଦି ଆପଣଙ୍କ କଥା ମାନୁନାହାନ୍ତି, ତେବେ ଆପଣ ଛୁଆମାନେ ଶୋଇବା ସମୟରେ ମୟୂରପୁଚ୍ଛରେ ବିଞ୍ଚନ୍ତୁ। ଏହା ବ୍ୟତୀତ ଆପଣଙ୍କ ଗୃହରେ ଥିବା ଉପର ପଙ୍ଖାରେ ମୟୂରପୁଚ୍ଛକୁ ଅଠାରେ ଲଗାଇ ଦିଅନ୍ତୁ। ଯାହା ଛୁଆଙ୍କ ଠାରେ ଶାନ୍ତସ୍ୱଭାବ ବ୍ୟବହାର ଦେଖାଦେଇଥାଏ।