ମହାକାଳପଡ଼ା -୧୬/୦୮(ଅରକ୍ଷିତ ନାଥ) – କେନ୍ଦ୍ରାପଡା ଜିଲ୍ଲା ଅଧୀନ ମାର୍ଶାଘାଈ ଥାନାଞ୍ଚଳ ଚଣ୍ଡିଖୋଲ – ପାରାଦ୍ବୀପ ୫୩ ନମ୍ବର ଜାତୀୟ ରାଜପଥରେ ନିଳାଚଂଳ ଛକ ନିକଟରେ ଘଟିଛି ଏକ ବଡ଼ ଦୁର୍ଘଟଣା । ରାସ୍ତା ଭୁଷୁଡି ପଡିବାରୁ ପାର୍କିଂ ରେ ଥିବା ୩ଟି ୧୪ ଚକିଆ ଟ୍ରକ ସିଧା ଖାତକୁ ଖସିପଡ଼ିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ରାସ୍ତା ଧସିପଡିଛି । ଘଟଣା ସ୍ଥଳରେ ଗଭୀର ଖାଲ ସୃଷ୍ଟି ହୋଇଥିବା ବେଳେ ରାସ୍ତାରେ ବଡବଡ ଫାଟ ମଧ୍ୟ ଦେଖିବାକୁ ମିଳିଛି । ଜାତୀୟ ରାଜପଥର ପ୍ରସାରଣ କାର୍ଯ୍ୟ ଚାଲୁଥିବା ସମୟରେ ଏପରି ଘଟଣା ଘଟିବାରୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି ।ସୌଭାଗ୍ୟବଶତଃ ଟ୍ରକ ଗୁଡିକ ପାର୍କିଂ ରେ ଥିବାରୁ ଭିତରେ ଡ୍ରାଇଭର ବା ହେଲ୍ପର କେହି ନଥିଲେ । ଫଳରେ କୌଣସି ଜୀବନହାନୀ ଘଟିନାହିଁ । ଟ୍ରକ ଗୁଡିକର ଏଭଳି ଅବସ୍ଥା ଜାଣିବା ପରେ ଟ୍ରକ ମାଲିକ ଯଯାତି କେଶରୀ ସ୍ୱାଇଁ, ରବୀନ୍ଦ୍ର ପ୍ରଧାନ ଓ ମନୋରଞ୍ଜନ ମହାପାତ୍ର ସୁରକ୍ଷିତ ଉଦ୍ଧାର ନେଇ ଚେଷ୍ଟା ଚଳାଇଥିବା ବେଳେ ସମସ୍ତ ମାଲିକ ଙ୍କ ଛନ୍ଦା ଗାଁ ହୋଇଥିବାରୁ ଗାଁ ଲୋକେ ବି ସହଯୋଗୀ ସାଜିଛନ୍ତି ଘଟଣା ପରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।